Author: Samir Rout

୧୯୯୫ ମସିହା, ଜୁଲାଇ ମାସ ୩୧ ତାରିଖ।  ଭାରତର ଟେଲି ଯୋଗାଯୋଗ ଇତିହାସରେ ଏକ ଯୁଗାନ୍ତାକରୀ ଘଟଣା ଦେଖିବାକୁ ମିଳିଥିଲା।  ଦେଶରେ ପ୍ରଥମ ଥର ପାଇଁ ମୋବାଇଲ ଯୋଗେ ଫୋନ୍ କଲ୍ କରାଯାଇଥିଲା। କିଏ  ଏହି କଲ୍‍ କରିଥିଲେ ଜାଣନ୍ତି? ସେ କାହା ସହ କଥା ହୋଇଥିଲେ? ଭାରତର ଦୁଇ ଲୋକପ୍ରିୟ ରାଜନେତା ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଏବଂ କେନ୍ଦ୍ର ସୂଚନା, ଯୋଗାଯୋଗ ଲୋକ ସମ୍ପର୍କ ମନ୍ତ୍ରୀ ସୁଖରାମ ପ୍ରଥମ ଥର ପାଇଁ ମୋବାଇଲ ଫୋନରେ କଥାବର୍ତ୍ତା କରିଥିଲେ। ଉଭୟ ନୋକିଆ ହ୍ୟାଣ୍ଡସେଟ୍ ବ୍ୟବହାର କରି କରିଥିଲେ ଏବଂ ଏହି ମୋବାଇଲ କଲ୍‍ଟି ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ କରିଥିଲା। ଉକ୍ତ କଲ୍‍କୁ ସଫଳ କରାଇଥିଲା ମୋଦି-ଟେଲଷ୍ଟ୍ରା ନେଟୱାର୍କ। ଭାରତର ବିକେ ମୋଦି ଏବଂ ଅଷ୍ଟ୍ରେଲିଆର ଟେଲଷ୍ଟ୍ରାର ମିଳିତ ଉଦ୍ୟୋଗରେ ଏହି ନେଟୱାର୍କ ପ୍ରସ୍ତୁତ ହୋଇଥିଲା। ଗୋଟିଏ କଲ୍‍ କ୍ଷଣକ ମଧ୍ୟରେ ୨ଟି ସହର କୋଲକାତା…

Read More