Author: Samir Rout

ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇବା ଦିନଠୁ ଯୁବ ଅଲ୍‍ରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ କେବଳ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। କେହି କେହି ତାଙ୍କୁ ଅନଭିଜ୍ଞ କହୁଥିଲେ, ତ ପୁଣି କିଏ କହୁଥିଲେ ଅଷ୍ଟ୍ରେଲିଆରେ ଖେଳିବା ଭଳି ଦକ୍ଷତା ତାଙ୍କ ନିକଟରେ ନାହିଁ। ହେଲେ ନୀତୀଶ ଆଜି ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଦେଇଥିଲେ। ଭାରତୀୟ ଦଳର ବ୍ୟାଟିଂ ମହାରଥୀମାନେ ଅପ୍ଟସ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆ ବୋଲରଙ୍କ ଅଗ୍ନୀ ବର୍ଷି ବୋଲିଂକୁ ସାମ୍ନା କରିପାରୁନଥିବାବେଳେ ନୀତୀଶ ଏକୁଟିଆ ଲଢେଇ କରିଥିଲେ। ତାଙ୍କର ଉପଯୋଗୀ ୪୧ ରନ ବଳରେ ଦଳୀୟ ସ୍କାର ୧୫୦ରେ ପହଞ୍ଚିଥିଲା। ଏହି ଇନିଂସରେ ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ରଣଜୀ ଟ୍ରଫିରେ ନୀତୀଶ ମାତ୍ର ୨୩ଟି ମ୍ୟାଚ୍‍ ଖେଳିଛନ୍ତି। ୩୬.୬୩ ହାରରେ ୪୦୩ ରନ୍ ସଂଗ୍ରହ କରିବା ସହ ସେ ୫୬ଟି ୱିକେଟ ମଧ୍ୟ ନେଇଛନ୍ତି। ଗତ ଆଇପିଏଲ୍‍ ସମୟରେ…

Read More