Author: Samir Rout

ଆଗାମୀ ଆଇପିଏଲ୍‍ର  ୧୮ ତମ ସଂସ୍କରଣ ପାଇଁ ତାରିଖ ଚୂଡ଼ାନ୍ତ ହୋଇଛି। ବିସିସିଆଇ ପରବର୍ତ୍ତି ୩ଟି ସିଜନ ପାଇଁ ତାରିଖ ଘେଷଣା କରିଛି। ଆସନ୍ତା ମାର୍ଚ୍ଚ ମାସ ୧୪ ତାରିଖରୁ ଆପିଏଲ୍‍ ଆରମ୍ଭ ହୋଇ ମେ ମାସ ୨୫ ତାରିଖରେ ଶେଷ ହେବ। ୨୦୨୬ ସଂସ୍କରଣ ମାର୍ଚ୍ଚ ମାସ ୧୫ତାରିଖରୁ ଆରମ୍ଭ ହୋଇ ମେ ମାସ ୩୧ ତାରିଖରେ ଶେଷ ହେବ। ସେହିପରି ୨୦୨୭ ସଂସ୍କରଣ ମାର୍ଚ୍ଚ ମାସ ୧୪ ତାରିଖରୁ ଆରମ୍ଭ ହେବ ଓ ମେ ମାସ ୩୦ ତାରିଖରେ ଫାଇନାଲ୍‍ ଖେଳାଯିବ। ୩ଟି ସିଜନ ପାଇଁ ତାରିଖ ଘୋଷଣା ହେବା ଫଳରେ ଆଇସିସି ଓ ଅନ୍ୟାନ୍ୟ ଦେଶମାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ସହଜ ହୋଇଯିବ। ଆର୍ଚ୍ଚର ଫେରିଲେ ବିଳମ୍ବରେ ହେଉପଛେ ଇଂଲଣ୍ଡ ପେସ ବୋଲର ଜୋଫ୍ରା ଆର୍ଚ୍ଚର ନିଲାମ ତାଲିକାରେ ସ୍ଥାନ ହାସଲ କରିଛନ୍ତି। ବିସିସିଆଇ ତାଙ୍କ ବେସ ପ୍ରାଇସ ଘୋଷଣା କରିନାହିଁ। ତଥାପି ଅନ୍ତର୍ଜାତୀୟ…

Read More