Author: Samir Rout

ବର୍ଡର-ଗାଭାସ୍କର ଟ୍ରଫି ରେକର୍ଡ… ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସ ରୋମାଞ୍ଚକର ରହିଥିଲେ ହେଁ ଅନେକ ବୋଲିଂ ରେକର୍ଡ ସ୍ଥାପନ ହୋଇଛି । ଉଭୟ ଦଳର ପେସ୍ ବାହିନୀ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ ଓ ମୋଟ୍ ୧୭ଟି ୱିକେଟର ପତନ ଘଟିଥିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା କୌଣସି ଟେଷ୍ଟର ପ୍ରଥମ ଦିନରେ ଏହା ସର୍ବାଧିକ ୱିକେଟର ପତନ ରେକର୍ଡ । ପ୍ରଥମ ଦିନରେ ସର୍ବାଧିକ ୨୫ଟି ୱିକେଟର ପତନ ଘଟିଥିବା ରେକର୍ଡ ରହିଛି । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ୧୯୦୨ ମସିହାରେ ମେଲବର୍ଣ୍ଣରେ ଖେଳାଯାଇଥିବା ମ୍ୟାଚର ପ୍ରଥମ ଦିନରେ ୨୫ଟି ୱିକେଟର ପତନ ଘଟିଥିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ପର୍ଯ୍ୟନ୍ତ ଖେଳାଯାଇଥିବା ଟେଷ୍ଟରେ ପ୍ରଥମ ଦିନରେ ସର୍ବାଧିକ ୱିକେଟ୍‍ର ପତନ ରେକର୍ଡ ରହିଛି ୨୦।  ୨୦୦୪ରେ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଅନୁଷ୍ଠିତ ମ୍ୟାଚର ପ୍ରଥମ…

Read More