Author: Samir Rout

ରବିବାର ଆରମ୍ଭ ହେବ ମେଗା ନିଲାମ-୨୦୨୪/୨୫  ଆସନ୍ତା କାଲି ଆଇପିଏଲର ୧୮ତମ ସଂସ୍କରଣ ପାଇଁ ମେଗା ନିଲାମ କାର୍ଯ୍ୟକ୍ରମ ଆରମ୍ଭ ହେବ। ୨ଦିନ ଧରି ସାଉଦି ଆରବର ଜେଧାହ ସହରରେ ଅନୁଷ୍ଠିତ ହେବାକୁ ଯାଉଥିବା ନିଲାମ କାର୍ଯ୍ୟକ୍ରମରେ ୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ ଆାଗାମୀ ୩ ବର୍ଷ ପାଇଁ ଶ୍ରେଷ୍ଠ ଦଳ ପ୍ରସ୍ତୁତ କରିବେ। ମୋଟ ୫୭୭ ଜଣ ତାଲିକାଭୁକ୍ତ ଖେଳାଳିଙ୍କ ମଧ୍ୟରୁ ୨୦୪ଜଣ ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେବ। ଭାରତୀୟ ସମୟରେ କେତେବେଳେ ଆରମ୍ଭ ହେବ ନିଲାମ ? ଭାରତୀୟ ସମୟ ଅନୁଯାୟୀ ରବିବାର ଓ ସୋମବାର ଦିନ ଅପରାହ୍ଣ ୩.୩୦ ମିନିଟରେ ମେଗା ନିଲାମ କାର୍ଯ୍ୟ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ। ପର୍ଥ ଟେଷ୍ଟ ମ୍ୟାଚର ତୃତୀୟ ଓ ଚତୁର୍ଥ ଦିନର ଷ୍ଟମ୍ପ ଘୋଷଣା ହେବା ପରେ ପରେ ନିଲାମ କାର୍ଯ୍ୟ ଆରମ୍ଭ କରିବାକୁ ବିସିସଆଇ ନିଷ୍ପତ୍ତି ନେଇଛି।  ମଝିରେ…

Read More