Author: Samir Rout

ଭାରତ ପ୍ରଥମ ଇନିଂସ ୧୫୦ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୦୪ ଭାରତ ଦ୍ୱିତୀୟ ଇନିଂସ ୦/୧୭୨ ଅପ୍ଟସ ଷ୍ଟାଡ଼ିୟମରେ ପେସ ବୋଲରଙ୍କୁ ସୁହାଉଥିବା ଏକ ଘାତକ ପିଚ୍‍ ପ୍ରସ୍ତୁତ କରି ଭାରତୀୟ ବ୍ୟାଟରଙ୍କୁ ଡରାଇବା ପାଇଁ ଅଷ୍ଟ୍ରେଲିଆ କରିଥିବା ସବୁ ଯୋଜନା ପଣ୍ଡ ହୋଇଯାଇଛି। ଭାରତ ପାଇଁ ବିଛାଇଥିବା ଜାଲରେ ନିଜେ ଛନ୍ଦି ହୋଇଯାଇଛି ଘରୋଇ ଅଷ୍ଟ୍ରେଲଆ। ଭାରତର ଦୁଇ ଓପନର ଯଶସ୍ୱୀ ଜୈସ୍ୱାଲ୍‍ ଓ କେଏଲ ରାହୁଲ ସାହସର ସହ ଘରୋଇ ଦଳର ପେସ ବାହିନୀକୁ ସାମ୍ନା କରି ବିଶାଳ ସ୍କୋର ଆଡ଼କୁ ଦଳୀୟ ସ୍କୋରକୁ ନେଇଯାଉଛନ୍ତି। ଅଷ୍ଟ୍ରେଲିଆ ଦିନ ତମାମ ବୋଲିଂ କରି ଭାଙ୍ଗି ପଡ଼ିଛି, ହେଲେ ଭାରତର ଓପନିଂ ଯୋଡ଼ି ଭାଙ୍ଗିବାରେ ବିଫଳ ହୋଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୧୭୨ ରନ୍ ସଂଗ୍ରହ କରିବା ସହ ମୋଟ ୨୧୮ ରନରେ ଅଗ୍ରଣୀ ହାସଲ କରିଛି। ଜୈସ୍ୱାଲ ୯୦ ଓ ରାହୁଲ…

Read More