Author: Samir Rout

୨୭କୋଟି ଟଙ୍କାରେ କିଣିଲା ଲକ୍ଷ୍ନୌ ସୁପରଜାଏଣ୍ଟସ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ବିକ୍ରି ହେଲେ ୭୨ ଖେଳାଳି, ଖର୍ଚ୍ଚ ହେଲା ୪୬୭.୯୫କୋଟି ଟଙ୍କା କ୍ରିକେଟ ମଇଦାନରୁ ନିଲାମ ମାର୍କେଟ୍‍, ସବୁଠି ଜଣଙ୍କର ରାଜୁତି। ସେ ଆଉ କେହି ନୁହନ୍ତି, ଭାରତୀୟ କ୍ରିକେଟ ଦଳର ‘ସ୍ପାଇଡରମ୍ୟାନ୍‍’ ଭାବେ ପରିଚିତ ରିଷଭ ପନ୍ତ। ବିଧ୍ୱଂସୀ ବ୍ୟାଟିଂ ପାଇଁ ପରିଚିତ ଏହି ଖେଳାଳି ଚଳିତ ମେଗା ନିଲାମରେ ସବୁ ଫ୍ରାଞ୍ଚାଇଜଙ୍କ ପ୍ରଥମ ପସନ୍ଦ ପାଲିଟିଥିଲେ। ତାଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଲାଗିଥିଲା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା। ଶେଷରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‍ସ ତାଙ୍କୁ ୨୭କୋଟି ଟଙ୍କା ମୂଲ୍ୟରେ କିଣିଥିଲା। ୧୭ ବର୍ଷର ଆଇପିଏଲ୍‍ ଇତିହାସରେ ସେ ପାଲଟିଥିଲେ ସବୁଠୁ ମହଙ୍ଗା ଖେଳାଳି। ସେହିପରି ମୁମ୍ବାଇ ବ୍ୟାଟର ଶ୍ରେୟାସ ଆୟର ମଧ୍ୟ ସବୁ ରେକର୍ଡ ଭାଙ୍ଗିଥିଲେ। ପଞ୍ଜାବ କିଙ୍ଗ୍‍ସ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଥିଲା। ସାଉଦି ଆରବର ଜେଧାହ ସହରରେ ଅନୁଷ୍ଠିତ ମେଗା ନିଲାମର ପ୍ରଥମ…

Read More