Author: Samir Rout

ଭାରତ ପ୍ରଥମ ଇନିଂସ ୧୫୦, ଦ୍ୱିତୀୟ ଇନିଂସ ୬/୪୮୭ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୦୪, ଦ୍ୱିତୀୟ ଇନିଂସ ୨୩୮ ବୁମରା ପ୍ଲେୟାର ଅଫ ଦ ମ୍ୟାଚ୍‍ ୬ତାରିଖରୁ ଦ୍ୱିତୀୟ ଟେଷ୍ଟ ଅଷ୍ଟ୍ରେଲିଆ ମାଟିରେ ଆଉ ଏକ ଟେଷ୍ଟ ଜିତି ଭାରତ ଇତିହାସ ରଚିଛି। ଅପ୍ଟସ ଷ୍ଟାଡ଼ିୟମରେ ବୁମରା ବାହିନୀ ଉଡ଼ାଇଛି ବିଜୟ ଧ୍ୱଜା। ଘରୋଇ ଅଷ୍ଟ୍ରେଲିଆକୁ ୨୯୫ ରନରେ ହରାଇ ୫ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ବଳରେ ଭାରତ ପୁନର୍ବାର ବିଶ୍ୱ ଟେଷ୍ଟ ଚାମ୍ପିଅନ୍‍ସିପ୍‍ ପଏଣ୍ଟ ତାଲିକାର ଶୀର୍ଷକୁ ଫେରିଛି। ପର୍ଥରେ ଭାରତ ଦୀର୍ଘ ୧୬ ବର୍ଷ ପରେ କୌଣସି ଟେଷ୍ଟ ଜିତିଛି। ୨୦୦୮ରେ ଭାରତ ଶେଷ ଥର ପାଇଁ ପର୍ଥରେ କୌଣସି ଟେଷ୍ଟ ଜିତିଥିଲା। ସେତେବେଳେ ଅନିଲ କୁମ୍ବଲେ ଭାରତୀୟ ଦଳର ଅଧିନାୟକ ରହିଥିଲେ। ସିରିଜ ଆରମ୍ଭରୁ ଏଭଳି ଆଧିପତ୍ୟ ଓ ଏକତରଫା ବିଜୟ ଭାରତୀୟ ଦଳର ମନୋବଳ ବଢ଼ାଇବାରେ…

Read More