Author: Samir Rout

ଅପ୍ଟସରେ ଅଷ୍ଟ୍ରେଲିଆର ପ୍ରଥମ ପରାଜୟ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟକୁ ୨୯୫ ରନ୍‍ରେ ଜିତି ପୁନର୍ବାର ବିଶ୍ୱ ଟେଷ୍ଟ ଚାମ୍ପିଅନ୍‍ସିପ୍‍ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି। ଏହି ବିଜୟ ଭାରତର ଟେଷ୍ଟ ଇତିହାସରେ ଆଉ ଏକ ସଫଳ ଫର୍ଦ୍ଦ ଯୋଡ଼ିଛି। ଅପ୍ଟସ ଷ୍ଟାଡ଼ିୟମରେ ଏହା ଭାରତର ପ୍ରଥମ ବିଜୟ ରହିଥିବାବେଳେ ଅଷ୍ଟ୍ରେଲିଆ ପ୍ରଥମ କରି ପରାଜିତ ହୋଇଛି। ଅପ୍ଟସ ଷ୍ଟାଡ଼ିୟମରେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ୪ଟି ଟେଷ୍ଟ ଖେଳିଥିଲା ଓ ସମସ୍ତ ମ୍ୟାଚ୍‍ ଜିତିଥିଲା। ଏହି ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତକୁ ୧୪୬ ରନରେ ହରାଇଥିଲା ଅଷ୍ଟ୍ରଲିଆ। ଏହାପରେ ନ୍ୟୁଜିଲାଣ୍ଡକୁ ୨୯୬ ରନ୍, ୱେଷ୍ଟ ଇଣ୍ଡିଜ୍‍କୁ ୨୬୪ ରନ୍ ଓ ପାକିସ୍ତାନକୁ ୩୬୦ ରନ୍‍ରେ ହରାଇଥିଲା। ଏଥର ଭାରତ ସବୁ ପରାଜୟର ପ୍ରତିଶୋଧ ନେବାରେ ସଫଳ ହୋଇଛି। ଭାରତ ଏହି ମ୍ୟାଚର ପ୍ରଥମ ଇନିଂସରେ ୧୫୦ ରନ୍ ସଂଗ୍ରହ କରିବା ସତ୍ତ୍ୱେ ବିଜୟ…

Read More