Author: Samir Rout

ଆଇପିଏଲ୍‍ର ସର୍ବକନିଷ୍ଠ ଖେଳାଳି ବୈଭବ ଆଇପିଏଲ୍ ରିଟେନ ତାଲିକା ଘୋଷଣା ହେବା ଦିନଠୁ ଚର୍ଚ୍ଚାରେ ରହିଥିବା ବିହାର ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୧.୧୦କୋଟି ଟଙ୍କାରେ କିଣିଛି । ଏଥିସହ ବୈଭବ ଆଇପିଏଲ୍ ଇତିହାସରେ ସର୍ବ କନିଷ୍ଠ ଖେଳାଳି ହୋଇଛନ୍ତି। ବର୍ତ୍ତମାନ ବୈଭବଙ୍କ ବୟସ ୧୩ ବର୍ଷ। ବର୍ଷକ ତଳୁ ଅର୍ଥାତ ମାତ୍ର ୧୨ ବର୍ଷ ବୟସରୁ ସେ ରଣଜୀ ଟ୍ରଫିରେ ପଦାର୍ପଣ କରିସାରିଛନ୍ତି। ଚଳିତ ବର୍ଷ ତାଙ୍କୁ ୧୯ବର୍ଷରୁ କମ୍ ଭାରତ ଦଳରେ ସ୍ଥାନ ମିଳିଥିଲା । ୧୯ବର୍ଷରୁ କମ୍ ଅଷ୍ଟ୍ରେଲିଆ ବିପକ୍ଷ ଉକ୍ତ ୪ ଦିନିଆ ମ୍ୟାଚରେ ବୈଭବ ମାତ୍ର ୫୮ଟି ବଲରେ ଶତକ ଅର୍ଜନ କରିଥିଲେ । କନିଷ୍ଠ ଖେଳାଳି ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଶତକ ଅର୍ଜନ କରିବାରେ ସେ ରେକର୍ଡ କରିଥିଲେ। ପୂର୍ବରୁ ଏହି ରେକର୍ଡ ବାଂଲାଦେଶର ନଜମୁଲ ହୋସେନ ଶାନ୍ତୋଙ୍କ ନାମରେ ରହିଥିଲା। ସେ ୧୪ବର୍ଷ ୨୪୧ ଦିନ ବୟସରେ ଶତକ…

Read More