Author: Samir Rout

ଶ୍ରୀଲଙ୍କାର ପ୍ରସିଦ୍ଧ ପେସ ବୋଲର ଲସିଥ ମାଲିଙ୍ଗାଙ୍କୁ ସମସ୍ତେ ଚିହ୍ନନ୍ତି। ଅଗ୍ନି ବର୍ଷି ସୁଇଂ ବୋଲିଂ, ଘାତକ ୟର୍କର, ନିଆରା ଆକ୍ସନ ବଳରେ ଏକଦା ସାରା ବିଶ୍ୱରେ ଆତଙ୍କ ଖେଳାଇଥିଲେ ଏହି ବୋଲର। ତାଙ୍କ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୩ଥର ଆଇପିଏଲ ଚାମ୍ପିଅନ ହୋଇଥିଲା। ଆଇପିଏଲରେ ମାଲିଙ୍ଗା ନେଇଛନ୍ତି ମୋଟ୍‍ ୧୭୦ଟି ୱିକେଟ୍‍। ତାଙ୍କ ଭଳି ପ୍ରଭାବୀ ବୋଲିଂ କରିବାପାଇଁ ଆଉ ଜଣେ ମାଲିଙ୍ଗା ଆଇପିଏଲକୁ ଆସୁଛନ୍ତି। ଆଗାମୀ ଆଇପିଏଲରେ ଆଉ ଜଣ ମାଲିଙ୍ଗାଙ୍କୁ ଦେଖିବାକୁ ମିଳିବ। ନୂଆ ମାଲିଙ୍ଗାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧.୨୦ କୋଟି ଟଙ୍କା ମୂଲ୍ୟରେ କିଣିଛି । ପ୍ରସିଦ୍ଧ ପେସ୍ ବୋଲର ଲସିଥ ମାଲିଙ୍ଗାଙ୍କ ପଦାଙ୍କ ଅନୁସରଣ କରୁଥିବା ଶ୍ରୀଲଙ୍କାର ଏହି ଯୁବ ପେସ ବୋଲରଙ୍କ ନାମ ଇଶାନ ମାଲିଙ୍ଗା । ଗତ ଲଙ୍କା ପ୍ରିମିୟର ଲିଗରେ ସେ ଜାଫନା କିଙ୍ଗ୍ସ ପକ୍ଷରୁ ଖେଳି ପ୍ରଥମେ ଲୋକଲୋଚନକୁ ଆସିଥିଲେ । ପରେ ତାଙ୍କୁ ଏମର୍ଜିଂ ଏସିଆ…

Read More