Author: Samir Rout

ପନ୍ତ ଦାମୀ ଭାରତୀୟ, ବଟଲର ଦାମୀ ବିଦେଶୀ ଖେଳାଳି ଇଣ୍ଡିଆନ ପ୍ରିମିୟର ଲିଗ୍‍(ଆଇପିଏଲ୍‍)ର ୨ ଦିନିଆ ନିଲାମ ପର୍ବ ଶେଷ ହୋଇଛି। ୧୦ଟି ଯାକ ଫ୍ରାଞ୍ଚାଇଜ୍ କିଣିଛନ୍ତି ୧୮୨ ଖେଳାଳି। ଖର୍ଚ୍ଚ କରିଛନ୍ତି ମୋଟ ୬୩୯.୧୫ କୋଟି ଟଙ୍କା। ଟିମ ଇଣ୍ଡିଆ ଓ୍ୱିକେଟ କିପର ରିଷଭ ପନ୍ତ ସବୁଠୁ ଦାମୀ ଭାରତୀୟ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପରଜାଏରଣ୍ଟସ ୨୭କୋଟି ଟଙ୍କା ମୂଲ୍ୟରେ କିଣିଛି। ସେହିପରି ଇଂଲଣ୍ଡ ୱିକେଟ୍‍ କିପର ବ୍ୟାଟର ଜୋସ ବଟଲର ଦାମୀ ବିଦେଶୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ତାଙ୍କୁ ଗୁଜରାଟ ଟାଇଟନ୍ସ ୧୫.୭୫କୋଟି ଟଙ୍କା ମୂଲ୍ୟରେ କିଣିଥିଲା। ମୁମ୍ବାଇ ବ୍ୟାଟର ଶ୍ରେୟାସ ଆୟର ଓ ମଧ୍ୟ ପ୍ରଦେଶ ଅଲ୍‍ରାଉଣ୍ଡର ଭେଙ୍କଟେଶ ଆୟର ମଧ୍ୟ ପୂର୍ବ ରେକର୍ଡ ଭଙ୍ଗ କରିଥିଲେ। ଶ୍ରେୟାସଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫କୋଟି ଓ ଭେଙ୍କଟେଶଙ୍କୁ କୋଲକାତା ନାଇଟ ରାଇଡର୍ସ ୨୩.୭୫କୋଟି ଟଙ୍କା ମୂଲ୍ୟରେ କିଣିଥିଲା। ବାମ ହାତି ପେସ ବୋଲର ଅର୍ଶଦୀପ…

Read More