Author: Samir Rout

୧୨୦ ଭାରତୀୟଙ୍କ ପଛରେ ଖର୍ଚ୍ଚ ୩୮୩.୪କୋଟି ୧୦କୋଟିରୁ ଉର୍ଦ୍ଧ୍ୱ ଦାମରେ ବିକ୍ରି ହେଲେ ୧୨ ଖେଳାଳି ଯୁବିଙ୍କ ରେକର୍ଡ ଭାଙ୍ଗିଲେ ୫ ଭାରତୀୟ ୨୦୨୫ ଆଇପିଏଲ ସିଜନ ପାଇଁ ମେଗା ନିଲାମ ଶେଷ ହୋଇଛି । ୨ଦିନ ମଧ୍ୟରେ ୧୦ଟି ଯାକ ଫ୍ରାଞ୍ଚାଇଜ ୧୮୨ଜଣ ଖେଳାଳିଙ୍କୁ କିଣିଛନ୍ତି ଓ ଏହି ବାବଦରେ ଖର୍ଚ୍ଚ କରିଛନ୍ତି ମୋଟ ୬୩୯.୧୫ କୋଟି ଟଙ୍କା । ଏଥର ନିଲାମ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି । ମୋଟ୍ ୨୧ଜଣ ଖେଳାଳି ୧୦କୋଟିରୁ ଉର୍ଦ୍ଧ୍ୱ ଦାମରେ ବିକ୍ରି ହୋଇଛନ୍ତି । ଏଥିରେ ୧୨ଜଣ ଭାରତୀୟ ଖେଳାଳି ରହିଛନ୍ତି । ଆଇପିଏଲ୍ ଇତିହାସରେ ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ରିଷଭ ପନ୍ତ । ଏଥର ଫ୍ରାଞ୍ଚାଇଜମାନେ ବିଦେଶୀ ଖେଳାଳିଙ୍କ ଅପେକ୍ଷା ଭାରତୀୟଙ୍କ ଉପରେ ଅଧିକ ଭରସା କରିଛନ୍ତି । ପ୍ରଥମ ଥର ପାଇଁ ୫ଜଣ ଭାରତୀୟ ଦାମୀ ଖେଳାଳି ତାଲିକାର ପ୍ରଥମ ୫ଟି ସ୍ଥାନ ଅକ୍ତିଆର କରିଛନ୍ତି…

Read More