Author: Samir Rout

ସେ ଭାରତୀୟ ଦଳର ମୁଖ୍ୟ କୋଚ। ଦଳକୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ କରାଇବାକୁ ସେ ଅଷ୍ଟ୍ରେଲିଆ ଯାଇଥିଲେ। ତାଙ୍କ ପ୍ରଶିକ୍ଷରେ ଭାରତୀୟ ଦଳ ଗୋଟିଏ ଟେଷ୍ଟ ମଧ୍ୟ ଜିତିଲା। ହେଲେ ଆଉ ୪ଟି ଟେଷ୍ଟ ବାକି ଥିବା ବେଳେ ଗୌତମ ଗମ୍ଭୀର ଭାରତ ଫେରିଆସିଛନ୍ତି। ଗମ୍ଭୀର ଘରକୁ ଫେରିବାକୁ ନେଇ ନାନା ମତ ପ୍ରକାଶ ପାଇଛି। ଘରେ ହୁଏତ କେହି ଅସୁସ୍ଥ ଥାଇ ପାରନ୍ତି ବାେଲି ସନ୍ଦେହ କରାଯାଉଛି। ଗମ୍ଭୀର ବ୍ୟକ୍ତିଗତ କାରଣରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫଳରେ ସେ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୨ ଦିନିଆ ମଭ୍ୟାସ ମ୍ୟାଚରେ ଅନୁପସ୍ଥିତ ରହିବେ । କିନ୍ତୁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଅଷ୍ଟ୍ରେଲିଆ ଫେରି ଦଳ ସହ ଯୋଗ ଦେବେ । ଗମ୍ଭୀର ଭାରତ ଫେରିବା ପଛର କାରଣ ଜଣାପଡ଼ିନାହିଁ । ୬ ତାରିଖରୁ ଆଡ଼ିଲେଡରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ…

Read More