Author: Samir Rout

ପର୍ଥରେ ବୁମରା ନେଇଥିଲେ ୯ଟି ୱିକେଟ ଜୈସ୍ୱାଲ ଖେଳିଥିଲେ ୧୬୧ ରନ୍‍ର ମାରାଥନ ଇନିଂସ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଦମ୍‍ଦାର ପ୍ରଦର୍ଶନ ପରେ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ଖେଳାଳିଙ୍କ ଆଧିପତ୍ୟ ଆରମ୍ଭ ହୋଇଯାଇଛି। ବୋଲିଂ ମାନ୍ୟତାରରେ ଯଶପ୍ରୀତ ବୁମରା ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସେହିପରି ବ୍ୟାଟିଂ ମାନ୍ୟତାରେ ଯଶସ୍ୱୀ ଜୈସ୍ୱାଲ ଦ୍ୱିତୀୟକୁ ଉଠିଛନ୍ତି। ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ବୁମରା ମୋଟ ୮ଟି ୱିକେଟ୍‍ ଅକ୍ତିଆର କରିଥିଲେ। ଏହି ପ୍ରଦର୍ଶନ ତାଙ୍କୁ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନକୁ ଫେରାଇ ଆଣିଥିଲା। କେବଳ ସେତିକି ନୁହେଁ, ସେ କ୍ୟାରିୟର୍‍ର ଶ୍ରେଷ୍ଠ ୮୮୩ ରେଟିଂ ପଏଣ୍ଟ ହାସଲ କରିଥିଲେ। ପର୍ଥରେ ମ୍ୟାଚ୍‍ ବିଜୟୀ ପ୍ରଦର୍ଶନ ବଳରେ ବୁମରାଙ୍କ ମାନ୍ୟତାରେ ୨ଟି ସ୍ଥାନ ଉନ୍ନତି ହୋଇଥିଲା। ସେ ଏକସଙ୍ଗେ କାଗିସୋ ରାବାଡ଼ା ଓ ଜୋସ ହାଜେଲଉଡ଼ଙ୍କୁ ପଛରେ ପକାଇ ଦେଇଥିଲେ। ବୁମରା ଏହା ପୂର୍ବରୁ ଗତ ଫେବ୍ରୁଆରୀରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ…

Read More