Author: Samir Rout

୨୮ଟି ବଲରେ ଅର୍ଜନ କଲେ ଶତକ ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗିଲେ ଗୁଜରାଟ ଦଳର ଓପନିଂ ବ୍ୟାଟର ଉର୍ଭିଲ ପଟେଲ ଘରୋଇ କ୍ରିକେଟରେ ଆଉ ଏକ ରେକର୍ଡ ଭଙ୍ଗ କରିଛନ୍ତି। ଗତ ବର୍ଷ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଦିନିକିଆ ମ୍ୟାଚରେ ଦ୍ରୁତତମ ଶତକ ଅର୍ଜନ କରିଥିବା ଉର୍ଭିଲ ଆଜି ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦ୍ରୁତତମ ଶତକ ଅର୍ଜନ କରି ରିଷଭ ପନ୍ତଙ୍କ ନାମରେ ରହିଥିବା ୬ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ଆଜି ତ୍ରିପୁରା ବିପକ୍ଷରେ ଉର୍ଭିଲ ୨୮ଟି ବଲ୍‍ରୁ ଶତକ ଅର୍ଜନ କରିଥିଲେ। ଘରୋଇ ଟି-ଟ୍ୱେଣ୍ଟି କ୍ରିକେଟରେ ଏହା ଦ୍ରୁତତମ ଶତକ। ପୂର୍ବରୁ ଏହି ରେକର୍ଡ ପନ୍ତଙ୍କ ନାମରେ ରହିଥିଲା। ୨୦୧୮ ସୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟରେ ସେ ହିମାଚଳ ପ୍ରଦେଶ ବିପକ୍ଷରେ ୩୨ଟି ବଲ୍‍ରୁ ଶତକ ଅର୍ଜନ କରିଥିଲେ। ଟି-ଟ୍ୱେଣ୍ଟି ଫର୍ମାଟରେ ଦ୍ରୁତତମ ଶତକ ରେକର୍ଡ ସାଇପ୍ରସର ଇଷ୍ଟୋନିଆର ସାହିଲ ଚୌହାନଙ୍କ ନାମରେ ରହିଛି।…

Read More