Author: Samir Rout

ମ୍ୟାକ୍ସୱେଲଙ୍କ ଭବିଷ୍ୟବାଣୀ ଭାରତର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ ଖୁବ କମ୍‍ ଦିନ ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟର ଭାବେ ଗଣାହେବେ । କ୍ୟାରିୟର ମଧ୍ୟରେ ସେ ଅନେକ ରେକର୍ଡ ଭଙ୍ଗ କରିବେ । ମୁଖ୍ୟତଃ ଟେଷ୍ଟ କ୍ରିକେଟରେ ସେ ଅତିକମ୍‍ରେ ୪୦ ଟି ଶତକ ଅର୍ଜନ କରିବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ । ପର୍ଥରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଜୈସ୍ୱାଲଙ୍କ ଶତକ ତାଙ୍କୁ ପ୍ରଭାବିତ କରିଥିବା ମ୍ୟକ୍ସୱେଲ୍ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଜୈସ୍ୱାଲଙ୍କ ୧୬୧ ରନ୍‍ର ମାରାଥନ ଇନିଂସ  ବେଶ ଚମକପ୍ରଦ ରହିଥିଲା । ପ୍ରଥମ ଇନିଂସରେ ଜୈସ୍ୱାଲ ଖାତା ଖୋଲିପାରି ନଥିଲେ ହେଁ ଦ୍ୱିତୀୟ ଇନିଂସରେ ସାହସର ସହ ଅଷ୍ଟ୍ରେଲିଆ ବୋଲରଙ୍କୁ ସାମ୍ନା କରି ମ୍ୟାଚ୍‍ ବିଜୟୀ ଶତକ ଅର୍ଜନ କରିଥିଲେ। ଇତି ମଧ୍ୟରେ ସେ ୧୫ଟି ଟେଷ୍ଟ ଖେଳି ୪ଟି ଶତକ ଅର୍ଜନ କରିସାରିଛନ୍ତି…

Read More