Author: Samir Rout

ଇଂଲଣ୍ଡର ଟେଷ୍ଟ ଅଧିନାୟକ ତଥା ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆଇପିଏଲରୁ ଦୂରେଇ ରହିଛନ୍ତି । ଏଥର ସେ ନିଲାମ ପାଇଁ ନାମ ଦାଖଲ କରିନଥିଲେ । ଅର୍ଥାତ ଆସନ୍ତା ବର୍ଷ ମଧ୍ୟ ସେ ଆଇପିଏଲ୍‍ ଖେଳିପାରିବେ ନାହିଁ। ଏଥର ଆଇପିଏଲ୍‍ ପାଇଁ ନୂଆ ନିୟମ ପ୍ରଣୟନ କରାଯାଇଛି। ଜଣେ ଖେଳାଳି ଆହତ କିମ୍ବା ଚିକିତ୍ସାଧିନ ନଥାଇ ଯଦି ନିଲାମ ପାଇଁ ନାମ ଦାଖଲ କରୁନାହିଁ, ତେବେ ଉକ୍ତ ଖେଳାଳିଙ୍କୁ ପରବର୍ତ୍ତୀ ସଂସ୍କରଣରେ ଖେଳିବାକୁ ଅନୁମତି ମିଳିବ ନାହିଁ। ଷ୍ଟୋକ୍ସ ବର୍ତ୍ତମାନ ଆହତ କିମ୍ବା ଅସୁସ୍ଥ ନାହାନ୍ତି। ତଥାପି ସେ ଏଥର ନିଲାମ ପାଇଁ ନାମ ଦାଖଲ କରି ନଥିଲେ। ଷ୍ଟୋକ୍ସଙ୍କ ଭଳି ଖେଳାଳି ଥରେ ନିଲାମରେ ପ୍ରବେଶ କରିଥିଲେ ଅତି କମରେ ୧୦କୋଟିରୁ ଉର୍ଦ୍ଧ୍ୱ ଦାମରେ ବିକ୍ରି ହୋଇଥାନ୍ତେ। କିନ୍ତୁ ସେ ଅର୍ଥ ଅପେକ୍ଷା କ୍ୟାରିୟରକୁ ଗୁରୁତ୍ତ୍ୱ ଦେଉଛନ୍ତି। ଆଇପିଏଲରୁ ଦୂରେଇ ରହିବା ପଛର କାରଣ ଦର୍ଶାଇ ଷ୍ଟୋକ୍ସ…

Read More