Author: Samir Rout

ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳ ଅପରିବର୍ତ୍ତିତ ରଖଛି । ତଥାପି ଆଉ ଜଣେ ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି। ସେ ହେଉଛନ୍ତି ପେସ ବୋଲିଂ ଅଲରାଉଣ୍ଡର ବ୍ୟୁ ୱେବଷ୍ଟର। ଟାସମାନିଆ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ୱେବଷ୍ଟର ଦ୍ୱିତୀୟ ଟେଷ୍ଟରେ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଥମ ଟେଷ୍ଟ ଅବସରରେ ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହୋଇଥିଲେ । ମାତ୍ର ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଫିଟ୍‍ ହେବେ ବୋଲି ଦିନକ ତଳେ କୋଚ୍ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ ପ୍ରକାଶ କରିଥିଲେ । ଆଜି ମାର୍ଶଙ୍କ ବଦଳ  ଖେଳାଳିଭାବେ ୱେବଷ୍ଟରଙ୍କୁ ଡକାଯାଇଛି । ମାର୍ଶ ଦ୍ୱିତୀୟ ଟେଷ୍ଟ ବେଳକୁ ଫିଟ୍‍ ହୋଇନପାରିଲେ ୱେବଷ୍ଟର ୪୬୮ତମ ଅଷ୍ଟ୍ରେଲିଆ ଖେଳାଳି ଭାବେ ପଦାର୍ପଣ କରିବେ। ସାର ଗ୍ୟାରୀ ସୋବର୍ସଙ୍କ ପରେ ଏକମାତ୍ର ଖେଳାଳି ଭାେବ ୱେବଷ୍ଟର ଗୋଟିଏ ଘରାଇ ସିଜନରେ ୯୦୦ ରନ୍ ସଂଗ୍ରହ…

Read More