Author: Samir Rout

ଦ୍ୱିତୀୟ ଟେଷ୍ଟରେ ୬ନଂ ସ୍ଥାନରେ ବ୍ୟାଟିଂ କରିବା ସମ୍ଭାବନା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଦଳ ପାଇଁ ଉତ୍ସର୍ଗୀକୃତ ମେନାଭାବ ଦେଖାଇଛନ୍ତି। ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‍ର ଦ୍ୱିତୀୟ ଟେଷ୍ଟରେ ସେ ଓପନିଂ ଛାଡ଼ି ପୁଣିଥରେ ନିମ୍ନ ମଧ୍ୟ କ୍ରମରେ ବ୍ୟାଟିଂ କରିବେ ବୋଲି ଆଶା କରଯାଉଛି। ୬ତାରିଖରୁ ଆଡ଼ିଲେଡରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହି ମ୍ୟାଚ୍‍ ଦିବାରାତ୍ର। ଫଳରେ ପିଙ୍କ ବଲରେ ଏହି ମ୍ୟାଚ୍‍ ଖେଳାଯିବ। ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ୨୯୫ ରନରେ ବିଜୟ ପରେ ଭାରତ ଓପନିଂ ବିଭାଗ ପରିବର୍ତ୍ତନ କରିବା ସପକ୍ଷରେ ନାହିଁ। ରୋହିତ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି। ତେଣୁ ସେ ମଧ୍ୟ କ୍ରମରେ ଖେଳିବାକୁ ଯୋଜନା କରୁଛନ୍ତି। ରୋହିତ ପର୍ଥ ଟେଷ୍ଟରେ ଖେଳିନଥିଲେ। ତାଙ୍କ ଅନୁପସ୍ଥିତିରେ ଯଶସ୍ୱୀ ଜୈସ୍ୱାଲଙ୍କ ସହ  କେଏଲ ରାହୁଲ ପାଳି ଆରମ୍ଭ କରିଥିଲେ। ଉଭୟ ଇନିଂସରେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ରାହୁଲ…

Read More