Author: Samir Rout

ଭେଙ୍କଟେଶଙ୍କୁ ୨୩.୭୫କୋଟି ଟଙ୍କାରେ କିଣିଛି ନାଇଟରାଇଡର୍ସ ଆଗାମୀ ଆଇପିଏଲ ପାଇଁ ଗତ ୨୪ ଓ ୨୫ ତାରିଖରେ ମେଗା ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଯୁବ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ୨୩.୭୫କୋଟି ଟଙ୍କାରେ କିଣିଥିଲା। ଯାହା ଜଣା ପଡ଼ୁଥିଲା ଭେଙ୍କଟେଶଙ୍କୁ ଭବିଷ୍ୟତର ଅଧିନାୟକ କରିବ ନାଇଟରାଇଡର୍ସ। ଏବେ ସମ୍ପୂର୍ଣ୍ଣ କାହାଣୀ ମୋଡ଼ ବଦଳାଇଛି। ଭେଙ୍କଟେଶଙ୍କ ସ୍ଥାନରେ ଆଉ ଜଣେ ଭେଟେରାନ ଖେଳାଳିଙ୍କୁ ନାଇଟରାଇଡର୍ସ ଅଧିନାୟକ ନିଯୁକ୍ତ କରିବାକୁ ଯୋଜନା କରୁଛି। ତାଙ୍କର ମଧ୍ୟ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଏହି ଭେଟେରାନ ଖେଳାଳି କିଏ ଯାଣନ୍ତି? ସେ ହେଉଛନ୍ତି ଭାତୀୟ ଦଳର ପୂର୍ବତନ ଅଧିନାୟକ ଅଜିଙ୍କ୍ୟ ରାହାଣେ। ଗତ ନିଲାମରେ ନାଇଟରାଇଡର୍ସ ରାହାଣେଙ୍କୁ ତାଙ୍କ ବେସ ପ୍ରାଇସ୍‍ ଦେଢ କୋଟି ଟଙ୍କାରେ କିଣିଥିଲା। ତାଙ୍କୁ ଅନ୍ୟ କେହି କିଣିବାକୁ ଆଗ୍ରହ ଦେଖାଇନଥିଲେ। କେବଳ ଦଳର ନେତୃତ୍ୱ ଭାର ଦେବା…

Read More