Author: Samir Rout

ରହିଛି ଅତ୍ୟାଧୁନିକ ବ୍ୟବସ୍ଥା ୮ ବ୍ୟାଡମିଣ୍ଟନ କୋର୍ଟ, ୫୦୦ ଦର୍ଶକଙ୍କ ପାଇଁ ଗ୍ୟାଲେରୀ ଜିମ୍ନାସିୟମ, ମେଡିକାଲ, ଫିଜିଓଥେରାପି ସେଣ୍ଟର ରହିଛି ଅଲିମ୍ପିକ୍ସ ଭଳି ବଡ଼ ପ୍ରତିଯୋଗିତା ଆୟୋଜନ କରିବାର କ୍ଷମତା ୬୬୦୦ ବର୍ଗଫୁଟ୍‍ ପରିମିତ ଜମିରେ ନିର୍ମାଣ ହୋଇଛି ଷ୍ଟାଡ଼ିୟମ୍‍ କଟକ-ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥରେ ଯାତାୟତ ସମୟରେ ଏକ ସୁଉଚ୍ଚ ଅଟାଳିକା ହଠାତ୍‍ ନଜରକୁ ଆସେ। ହଳଦିଆ ରଙ୍ଗର ଏହି ଗୋଲାକୃତି ବିଲ୍ଡିଂ ଦେଖଣାହାରୀଙ୍କ ମନରେ ପଶ୍ନ ଶୃଷ୍ଟି କରେ, ଏତେ ସୁନ୍ଦର ଘରଟି କାହାର? ରାତିରେ ଏହି ଅଟ୍ଟାଳିକାଟି ଆଲୋକମାଳାରେ ଝଲସି ଉଠେ। ସତେ ଯେପରୀ ଅଟ୍ଟାଳିକାର ଛାତ ଉପରେ ଜଳୁଥିବା ଲାଇଟ୍‍ ଆକାଶକୁ ରଙ୍ଗୀନ କରିଦେବା ଭଳି ମନେ ହୁଏ। ଗତ କିଛି ମାସ ହେଲା ଏହି ବିଶାଳ ଅଟ୍ଟାଳିକାଟି ଭୁବନେଶ୍ୱରବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡ଼ିଆରେ ଏହି ବିଲ୍ଡିଂ ବେଶ ଭାଇରାଲ ହେଉଛି। ଯୁବ ପିଢୀ ସେଲ୍ଫି ପାଇଁ ଭିଡ଼ ଜମାଉଛନ୍ତି। ଆପଣମାନେ ଏହି ବିଲ୍ଡିଂ…

Read More