Author: Samir Rout

ଆଇପିଏଲର ୧୮ତମ ସଂସ୍କରଣ ପୂର୍ବରୁ ସାଉଦି ଆରବର ଜେଧାହ ସହରରେ ମେଗା ନିଲାମ ଶେଷ ହୋଇଛି। ୨ ଦିନ ଧରି ଚାଲିଥିବା ଏହି ନିଲାମରେ ୧୦ଟି ଫ୍ରାଞ୍ଚାଇଜ୍ ୧୮୨ ଜଣ ଖେଳାଳିଙ୍କୁ କିଣିଥିଲେ। ଏମାନଙ୍କ ମଧ୍ୟରେ ୬୨ ଜଣ ବିଦେଶୀ ଖେଳାଳି ମଧ୍ୟ ବିକ୍ରି ହୋଇଥିଲେ। ଆଇପିଏଲ୍ ଇତିହାସରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କୁ ୨୭ କୋଟିରେ କିଣିଥିଲା। ମାତ୍ର ଏଭଳି କିଛି ତାରକା ଖେଳାଳି ରହିଯାଇଥିଲେ, ଯେଉଁମାନଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନେ ଆଗ୍ରହ ଦେଖାଇ ନଥିଲେ। ମୟଙ୍କ ଅଗ୍ରୱାଲ ଏକଦା ଟେଷ୍ଟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ବିକ୍ରି ହୋଇନଥିଲେ। ତାଙ୍କର ବେସ୍ ପ୍ରାଇସ୍ ଥିଲା ୧ କୋଟି ଟଙ୍କା। ଗତ ସିଜନ ପର୍ଯ୍ୟନ୍ତ ସେ ସନରାଇଜର୍ସ ହାଇଦ୍ରାବାଦର ସଦସ୍ୟ ଥିଲେ। ଏହା ପୂର୍ବରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ ଡେୟାରଡେଭିଲ୍ସ, ରାଇଜିଂ…

Read More