Author: Samir Rout

କ୍ୟାମେରାରେ କଏଦ ହୋଇଛି କାମିଲା ବେଲିୟାତ୍ସ୍କାୟାଙ୍କ ମୃତ୍ୟୁ ପୂର୍ବର ଶେଷ ମୁହୂର୍ତ୍ତ ୨୪ ବର୍ଷୀୟା ରୁଷୀୟ ଅଭିନେତ୍ରୀ କାମିଲା ବେଲିୟାତ୍ସ୍କାୟା ଥାଇଲାଣ୍ଡର କୋ ସମୁଇଠାରେ ଯୋଗ କରିବାର ଭିଡ଼ିଓ ସୁଟିଂ କରିଥିଲେ। କ୍ଷଣକ ମଧ୍ୟରେ ଏକ ବିଶାଳ ଲହଡ଼ି ସମୁଦ୍ର ଭିତରକୁ ଟାଣି ନେଇଥିଲା। ଏକ ଦୁଃଖଦ ଘଟଣାରେ ରୁଷିଆର ଜଣେ ଆଶାୟୀ ଅଭିନେତ୍ରୀ କାମିଲା ବେଲିୟାତ୍ସ୍କାୟା ଥାଇଲାଣ୍ଡର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ କୋ ସମୁଇଠାରେ ଯୋଗ କରିବା ସମୟରେ ପ୍ରାଣ ହରାଇଛନ୍ତି। ଥାଇଲାଣ୍ଡର ଉପକୂଳରେ ଥିବା କୋ ସାମୁଇ ଦ୍ୱୀପରେ ସେ ଭାସିଯାଇଥିବାର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରକାଶନ ‘ଖାଓସୋଦ ଇଂଲିଶ’ ଅନୁଯାୟୀ, ସେ ଏକ ନାଲି ରଙ୍ଗର କାର ଯୋଗେ ସେହି ସ୍ଥାନରେ ପହଞ୍ଚିଥିଲେ। ତା’ପରେ ସେ ତାଙ୍କ ଯୋଗ ମ୍ୟାଟ୍‍ଟିକୁ ନେଇ ସମୁଦ୍ର କୂଳରେ ଥିବା ଏକ ପଥର ଅଞ୍ଚଳକୁ ଯାଇ ଯୋଗ କରିଥିଲେ। ଯୋଗର ଭିଡ଼ିଓକୁ ସେ ସୋସିଆଲ ମିଡ଼ିଆରେ ଅପଲୋଡ…

Read More