Author: Samir Rout

ରୋହିତ ମଧ୍ୟ କ୍ରମରେ ଖେଳିବା ନିଶ୍ଚିତ ୫ କିମ୍ବା ୬ ନଂ ସ୍ଥାନରେ ବ୍ୟାଟିଂ କରିବେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ଚୁଡ଼ାନ୍ତ ଏକାଦଶ ପରିବର୍ତ୍ତନ କରିବା ନିଶ୍ଚିତ । କେବଳ ସେତିକି ନୁହେଁ, ବ୍ୟାଟିଂ କ୍ରମରେ ମଧ୍ୟ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଥମ ଟେଷ୍ଟ ଖେଳି ନଥିବା ଅଧିନାୟକ ରୋହିତ ଶର୍ମା ଏକାଦଶକୁ ଫେରୁଥିବାବେଳେ ପ୍ରଥମ ଟେଷ୍ଟ ପୂର୍ବରୁ ଆହତ ହୋଇଥିବା ଶୁଭମନ ଗିଲ୍ ମଧ୍ୟ ଫିଟ୍ ହୋଇ ସାରିଛନ୍ତି । ଉଭୟ ଦ୍ୱିତୀୟ ଟେଷ୍ଟ ଖେଳିବେ । ଯାହା ଫଳରେ ଦେବଦତ୍ତ ପାଡ଼ିକଲ ଓ ଧ୍ରୁବ ଜୁରେଲ ଏକାଦଶରୁ ବାଦ ପଡ଼ିବେ । ଗିଲଙ୍କ ଅନୁପସ୍ଥିତିରେ ପାଡ଼ିକଲଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା ଓ ସେ ନିରାଶ କରିଥିଲେ। ଗିଲ ଗତ ଅଭ୍ୟାସ ମ୍ୟାଚ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ରୋହିତ ଏଥର ମଧ୍ୟକ୍ରମରେ ବ୍ୟାଟିଂ କରିବା ଆଶା…

Read More