Author: Samir Rout

ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ପରେ ସ୍ୱେଦଶ ଫେରି ଆସିଥିବା ଟିମ ଇଣ୍ଡିଆ ମୁଖ୍ୟ କୋଚ ଗୌତମ ଗମ୍ଭୀର ପୁନର୍ବାର ଅଷ୍ଟ୍ରେଲିଆ ଫେରି ଦଳସହ ଯୋଗ ଦେଇଛନ୍ତି। ଭାରତୀୟ ଦଳ ଇତି ମଧ୍ୟରେ ଆଡିଲେଡରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି। ୨୫ତାରିଖରେ ପ୍ରଥମ ଟେଷ୍ଟ ଶେଷ ହୋଇଥିଲା ଓ ୨୬ ତାରିଖରେ ଗମ୍ଭୀର ଭାରତ ଫେରିଥିଲେ। କୌଣସି ବ୍ୟକ୍ତିଗତ କାରଣରୁ ସେ ସ୍ୱେଦଶ ଫେରିଥିବା ସେତେବେଳେ ବିସିସିଆଇ ଘୋଷଣା କରିଥିଲା । ଗମ୍ଭୀରଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ କାନବେରାରେ ଏକ ପିଙ୍କ ବଲ୍ ଅଭ୍ୟାସ ମ୍ୟାଚ୍ ଖେଳି ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି କରିଥିଲା। ୬ତାରିଖରୁ ଆଡିଲେଡରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହି ଦୁଇ ଦିନିଆ ମ୍ୟାଚର ପ୍ରଥମ ଦିନ ବର୍ଷା ଯୋଗୁଁ ଧୋଇଯିବା ପରେ ଦ୍ୱିତୀୟ ଦିବସରେ ମ୍ୟାଚକୁ ସୀମିତ ଓଭର ବିଶିଷ୍ଟ କରାଯାଇଥିଲା । ଭାରତ ଉକ୍ତ ୪୬ ଓଭର ବିଶିଷ୍ଟ ମ୍ୟାଚ୍‍କୁ ୬…

Read More