Author: NAZMEEN PARWEEN

ଆଜି କଥା ହେବା ସେଇ ଖେଳ ବିଷୟରେ, ଯିଏ ଭାରତରେ ଧର୍ମ ପାଲଟିଛି। କଥା ହେବା ସେଇ ଲିଗ୍ ବିଷୟରେ, ଯିଏ ଗଳି କନ୍ଦିର ଟ୍ୟାଲେଣ୍ଟକୁ କୋଟିପତି କରିଦିଏ। କିନ୍ତୁ ଆଜି ଯେଉଁ ଖବର ଆସିଛି, ତାହା କେବଳ ଖବର ନୁହେଁ, ବରଂ ଏକ ଭବିଷ୍ୟବାଣୀ! କଳ୍ପନା କରନ୍ତୁ, ଜଣେ ଖେଳାଳି ମାତ୍ର ଗୋଟିଏ ସିଜିନ୍ ପାଇଁ ୧୫୦ କୋଟି ଟଙ୍କା ପାଉଛନ୍ତି! ଆଶ୍ଚର୍ଯ୍ୟ ଲାଗୁଛି କି? କିନ୍ତୁ ଆଇପିଏଲର ଜନ୍ମଦାତା ଲଳିତ ମୋଦୀଙ୍କ ଭବିଷ୍ୟବାଣୀ କହୁଛି – “ଚିତ୍ର ତ ଏବେ ବାକି ଅଛି”। ୨୦୩୦ ସୁଦ୍ଧା ଆଇପିଏଲ ଏମିତି ଏକ ସ୍ତରରେ ପହଞ୍ଚିବ ଯାହା ଆପଣଙ୍କ ଚିନ୍ତାଧାରାର ବାହାରେ। ଆଜିର ଏହି ସ୍ପେଶାଲ୍ ରିପୋର୍ଟରେ ଆମେ ପୋଷ୍ଟମର୍ଟମ କରିବା ଏହି ‘୧୫୦କୋଟିର ମିଶନ’କୁ। ଲଳିତ ମୋଦୀ – ଏହି ନାମଟି ଯେତିକି ବିବାଦୀୟ, ସେତିକି ଦୂରଦର୍ଶୀ ମଧ୍ୟ। ସେ ଆଇପିଏଲ୍ ଆରମ୍ଭ କରିଥିଲେ ଯେତେବେଳେ କେହି ବିଶ୍ୱାସ କରୁନଥିଲେ…

Read More