Author: NAZMEEN PARWEEN

ଓଡ଼ିଶା ରାଜନୀତିର ପାରଦ ଏବେ ଶୀର୍ଷରେ। ଗୋଟିଏ ପଟେ ପଡ଼ୋଶୀ ପଶ୍ଚିମବଙ୍ଗରେ ‘ଦିଦି’ ବନାମ ‘ଦାଦା’ର ଲଢ଼େଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାର କମ୍ପନ ଏବେ ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶାର ଶାସକ କ୍ୟାମ୍ପରେ ଅନୁଭୂତ ହେଲାଣି। ମେ’ ପହିଲାରେ ବଙ୍ଗଳା ନିର୍ବାଚନ ଶେଷ ହେବାକୁ ଥିବାବେଳେ ମେ’ ୪ ତାରିଖର ଫଳାଫଳ କେବଳ କୋଲକାତାର ଭାଗ୍ୟ ନୁହେଁ, ବରଂ ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଅନେକ ନେତାଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ। ଏହି ଯୁଦ୍ଧର ଫଳାଫଳ ଏକାଧିକ ରାଜ୍ୟରେ ରାଜନୈତିକ ପ୍ରତିଧ୍ୱନି ସୃଷ୍ଟି କରିବ—ବିଶେଷ କରି ଓଡ଼ିଶାରେ ଅଧିକ ଘନୀଭୂତ ହେବ। ଏଠାରେ ରାଜନୀତିକ ମଞ୍ଚ ଅପେକ୍ଷାରେ ରହିଛି—କେଉଁ ପକ୍ଷ ଜିତିବ ଓ କେଉଁ ପକ୍ଷର ଆଧାର ଧସିପଡ଼ିବ? ଓଡ଼ିଶାରେ କ୍ଷମତାସୀନ ପଦ୍ମ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କ ଛାତି ଏବେ ‘ଧକଧକ’ ହେବାରେ ଲାଗିଛି। ଚର୍ଚ୍ଚା ହେଉଛି, ବଙ୍ଗଳା ବାଜି ପରେ ଓଡ଼ିଶାରେ ଏକ ବଡ଼ଧରଣର “ରାଜନୈତିକ ଅପରେସନ” ହେବାକୁ…

Read More