Author: NAZMEEN PARWEEN

ପଶ୍ଚିମବଙ୍ଗ ରାଜନୀତି ଏବେ ଏକ ନୂଆ ମୋଡ଼ରେ। ନିର୍ବାଚନୀରେ କେବଳ ଭୋଟ୍ ନୁହେଁ, ଏବେ ଖାଦ୍ୟପେୟକୁ ନେଇ ମଧ୍ୟ ଚାଲିଛି ଜୋରଦାର ଚର୍ଚ୍ଚା। ଗୁରୁବାର କ୍ରିଷ୍ଣାନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି କିଛି କହିଛନ୍ତି, ଯାହା ପଶ୍ଚିମବଙ୍ଗରୁ ଦିଲ୍ଲୀ ପର୍ଯ୍ୟନ୍ତ କମ୍ପନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ମେ ୪ ତାରିଖରେ ବଙ୍ଗଳାରେ ବିଜେପିର ବିଜୟ ଉତ୍ସବ ହେବ। ଆଉ ସେଦିନ ମିଠା ସହିତ ‘ଝାଲମୁଢ଼ି’ ମଧ୍ୟ ବଣ୍ଟାଯିବ।” ଏହି କଥାଟି ଶୁଣିବାକୁ ସାଧାରଣ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବଡ଼ ରାଜନୈତିକ ସଂକେତ। ଆଜିର ଏହି ସ୍ୱତନ୍ତ୍ର ରିପୋର୍ଟରେ ଆମେ ବିଶ୍ଳେଷଣ କରିବା କାହିଁକି ମୋଦୀ ଝାଲମୁଢ଼ି କଥା କହିଲେ? ଏବଂ କାହିଁକି ଏଥିରେ ଟିଏମସି (TMC) ମିର୍ଚ୍ଚି ଲାଗିଲା ପରି ଅନୁଭବ କରୁଛି? ଗୁରୁବାର କ୍ରିଷ୍ଣାନଗରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରୁଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ କଣ୍ଠରେ ଥିଲା ଆତ୍ମବିଶ୍ୱାସ। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି…

Read More