Author: NAZMEEN PARWEEN

ଆଜି ଆମେ ସେହି ପ୍ରଶ୍ନ ପଚାରିବାକୁ ଯାଉଛୁ, ଯାହା ପ୍ରତିଟି ଓଡ଼ିଆ ଘରର ଚାରିକାନ୍ଥ ଭିତରେ ଗୁଞ୍ଜରିତ ହେଉଛି। କିନ୍ତୁ କେହି ସାହସ କରି ବାହାରେ କହିପାରୁ ନାହାନ୍ତି। କ’ଣ ଆମ ରାଜ୍ୟର ଶିକ୍ଷିତ ଯୁବପିଢ଼ିଙ୍କ ଭାଗ୍ୟରେ କେବଳ ‘ସଂଘର୍ଷ’ ଲେଖା ହୋଇଛି? କାହିଁକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିଗ୍ରୀ ହାସଲ କରିବା ପରେ ମଧ୍ୟ ଜଣେ ଯୁବକକୁ ଶେଷରେ ସୁଦୂର ସୁରଟ କିମ୍ବା ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଛି? ଆଜି ଆମେ ଓଡ଼ିଶାର ସେହି ପରିସଂଖ୍ୟାନ ବିଷୟରେ କଥା ହେବା, ଯାହା ଶୁଣିବାକୁ ତ ଖୁବ୍ କମ୍ ଲାଗେ, କିନ୍ତୁ ଏହାର ପ୍ରତିଟି ଶୂନ ପଛରେ ଜଣେ ଜଣେ ଶିକ୍ଷିତ ଯୁବକଙ୍କ ଭଙ୍ଗା ସ୍ୱପ୍ନ ଲୁଚି ରହିଛି। ସରକାରୀ ଖାତାରେ ଓଡ଼ିଶାର ବେକାରୀ ହାର ମାତ୍ର ୩.୧%। ଶୁଣିବାକୁ ଖୁବ୍ ଆରାମଦାୟକ, ନୁହେଁ କି? କିନ୍ତୁ ଯେତେବେଳେ ଆମେ ଯୁବପିଢ଼ିଙ୍କ କଥା କହିବା, ସେତେବେଳେ ଏହି…

Read More