Author: NAZMEEN PARWEEN

ଓଡ଼ିଶାର ରାଜନୈତିକ ଆକାଶରେ ଏବେ ‘ରତ୍ନଭଣ୍ଡାର’ ପ୍ରସଙ୍ଗକୁ ନେଇ ଝଡ଼। ବିଜେଡି ନେତା ବବି ଦାସଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବଂ ତା’ର ଜବାବରେ ରାଜ୍ୟ ଆଇନ ମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଓଡ଼ିଶା ରାଜନୀତିକୁ ଏକ ନୂଆ ମୋଡ଼କୁ ନେଇଯାଇଛି। ଗୋଟିଏ ପଟେ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ, ଅନ୍ୟପଟେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ‘ମିଥ୍ୟା’କୁ ଅସ୍ତ୍ର କରାଯାଇଥିବା ଅଭିଯୋଗ ହେଉଛି। ଏହି ଲଢ଼େଇ ଭିତରେ ସାଧାରଣ ଓଡ଼ିଆର ଆସ୍ଥା ଓ ବିଶ୍ୱାସ କେଉଁଠି? ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା। ତାଙ୍କ ରତ୍ନଭଣ୍ଡାର କେବଳ ସୁନା-ରୁପାର ସମାହାର ନୁହେଁ, ବରଂ ଓଡ଼ିଆ ଜାତିର ଅସ୍ମିତା ଓ ଗର୍ବର ପ୍ରତୀକ। ଦୀର୍ଘ ଦଶନ୍ଧି ଧରି ବନ୍ଦ ରହିଥିବା ଏହି ରତ୍ନଭଣ୍ଡାର ଖୋଲିବା ଏବଂ ଏହାର ଗଣତି-ମଣତିକୁ ନେଇ ଗତ କିଛିବର୍ଷ ହେବ ଯେଉଁ ଉତ୍ତେଜନା ଲାଗି ରହିଥିଲା, ତାହା ଚଳିତ ବର୍ଷ…

Read More