Author: NAZMEEN PARWEEN

କ୍ରିକେଟ୍ ଦକ୍ଷିଣ ଏସିଆରେ ଏହା କେବଳ ୨୨ ଗଜର ପିଚ୍‌ରେ ଖେଳାଯାଉଥିବା ଏକ ଖେଳ ନୁହେଁ। ଏହା ଏକ ପ୍ରକାରର ଯୁଦ୍ଧ, ଯେଉଁଠି ବନ୍ଧୁକ ନ ଥାଏ। ଏହା ଏକ ଉତ୍ସବ, ଯେଉଁଠି କୋଟି କୋଟି ହୃଦୟ ଏକାଠି ସ୍ପନ୍ଦିତ ହୁଏ। କିନ୍ତୁ ଆପଣ ଜାଣନ୍ତି କି, ଏହି ଖେଳ ପଛରେ ଲୁଚି ରହିଥାଏ ବିଶ୍ୱର ସବୁଠାରୁ ଜଟିଳ କୂଟନୀତି? ଯେତେବେଳେ ଦୁଇଦେଶ ମଧ୍ୟରେ ସବୁ ରାସ୍ତା ବନ୍ଦ ହୋଇଯାଏ, ସେତେବେଳେ କ୍ରିକେଟ୍ ବ୍ୟାଟ୍ ହିଁ ସଂପର୍କର ନୂଆ ପରିଭାଷା ଲେଖେ। ଇତିହାସର ସେହି ପୁରୁଣା ପୃଷ୍ଠା ଫେରିଯିବା ୧୯୮୭ ମସିହାକୁ। ଭାରତ ଓ ପାକିସ୍ତାନ ସୀମାରେ ଯୁଦ୍ଧର ବାଦଲ ଘନେଇ ଆସୁଥିଲା। ଭାରତୀୟ ସେନାର ‘ଅପରେସନ୍ ବ୍ରାସଟ୍ୟାକ୍ସ’ ପାକିସ୍ତାନକୁ ଭୟଭୀତ କରିଦେଇଥିଲା। ଠିକ୍ ସେତିକିବେଳେ ପାକିସ୍ତାନର ଜେନେରାଲ ଜିଆ-ଉଲ୍-ହକ୍ ଅଚାନକ ଜୟପୁରରେ ଏକ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଆସିଲେ। ଏହା କୌଣସି ଖେଳ ପାଇଁ ନ ଥିଲା, ଏହା ଥିଲା…

Read More