Author: NAZMEEN PARWEEN

ପଶ୍ଚିମବଙ୍ଗର ନିର୍ବାଚନ ମଇଦାନ ଏବେ ସରଗରମ। କିନ୍ତୁ ଏହି ନିର୍ବାଚନୀ ତାତି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ବାର୍ତ୍ତା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାହୁଲ କହିଛନ୍ତି— “ବିଜେପିକୁ କେବଳ କଂଗ୍ରେସ ହିଁ ରୋକିପାରିବ”। ଶୁଣିବାକୁ କଥାଟି ବେଶ୍ ଆକର୍ଷଣୀୟ, କିନ୍ତୁ ବାସ୍ତବତା କ’ଣ? ଯେଉଁ ରାଜ୍ୟରେ କଂଗ୍ରେସର ସଂଗଠନ ଆଇସିୟୁରେ ଅଛି, ଯେଉଁଠି ଦଳର ବିଧାୟକ ସଂଖ୍ୟା ଶୂନ, ସେଠାରେ ଠିଆ ହୋଇ ଏଭଳି ଦାବି କରିବା କ’ଣ କେବଳ ଏକ ରାଜନୈତିକ ଷ୍ଟଣ୍ଟ? ଆଜି ଆମେ ପଲଟିକାଲ ଭାଗବତରେ ରାହୁଲ ଗାନ୍ଧୀଙ୍କ ବୟାନର ବ୍ୟବଚ୍ଛେଦ କରିବା ଏବଂ ବୁଝିବାକୁ ଚେଷ୍ଟା କରିବା ଯେ, କଂଗ୍ରେସ ପ୍ରକୃତରେ ବିଜେପିକୁ ରୋକିବାକୁ ଚାହୁଁଛି ନା ନିଜର ପରାଜୟ ପାଇଁ ଅନ୍ୟକୁ ଦାୟୀ କରିବାକୁ ପଥ ପ୍ରସ୍ତୁତ କରୁଛି। ପଶ୍ଚିମବଙ୍ଗର ଚିତ୍ର: କଂଗ୍ରେସ ବନାମ ମମତା ରାହୁଲ ଗାନ୍ଧୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ,…

Read More