Author: NAZMEEN PARWEEN

ରାଜନୀତିରେ କୁହାଯାଏ, ଶାସନ ଗାଡ଼ି ଚଳାଇବା ପାଇଁ ଅମଲା ବା ବ୍ୟୁରୋକ୍ରାଟ୍‌ମାନେ ହେଉଛନ୍ତି ଘୋଡ଼ା ଏବଂ ନେତାମାନେ ହେଉଛନ୍ତି ରାଇଡର୍‌। କିନ୍ତୁ ଯଦି ଘୋଡ଼ା ବାଟବଣା ହୁଏ କିମ୍ବା ରାଇଡର୍‌ର ଚାବୁକ ନରମ ପଡ଼ିଯାଏ, ତେବେ ଶାସନର ଦିଗ ବଦଳିଯାଏ। ଆଜି ଆମେ ସେହି ପ୍ରସଙ୍ଗରେ ଆଲୋଚନା କରିବା, ଯାହାକୁ ନେଇ ସାରା ଓଡ଼ିଶାରେ ଏବେ ଚର୍ଚ୍ଚା— ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ନୂଆ ବିବାଦ। ରତ୍ନଭଣ୍ଡାର – ଚାବି ହଜିବାଠାରୁ ନକଲି ଚାବି ଯାଏଁ ରତ୍ନଭଣ୍ଡାର ଖୋଲିବା ଦାବି କିଛି ନୂଆ ନୁହେଁ। ୨୦୨୪ ନିର୍ବାଚନ ପ୍ରଚାର ବେଳେ ଭାରତୀୟ ଜନତା ପାର୍ଟି ଏହାକୁ ଏକ ବଡ଼ ପ୍ରସଙ୍ଗ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅମିତ ଶାହାଙ୍କ ପର୍ଯ୍ୟନ୍ତ ସମସ୍ତେ ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ସେତେବେଳେ ଚାବି ହଜିବା ଏବଂ ପରେ ‘ଡୁପ୍ଲିକେଟ୍‌ ଚାବି’ ମିଳିବା ଏକ…

Read More