Author: NAZMEEN PARWEEN

ଶତ୍ରୁର ମିସାଇଲ୍ ଆକାଶରେ ହିଁ ହେବ ଛାରଖାର! ବିଶ୍ୱର ସୁପରପାୱାର ଏଲିଟ୍ କ୍ଲବ୍‌ରେ ସାମିଲ ହେଲା ଭାରତ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଓଡ଼ିଶାର ଚାନ୍ଦିପୁର ଏବଂ ଧାମରା ଉପକୂଳରୁ ଲଗାତାର ତିନିଟି ସଫଳ ପରୀକ୍ଷଣ କରି ଦେଶର ସାମରିକ କ୍ଷମତାକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି। ଏହି ପରୀକ୍ଷଣରେ ମଲ୍ଟି-ଲେୟାର୍ଡ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ (BMD) ସିଷ୍ଟମ୍, ରୁଦ୍ରମ୍-୨ ହାଇପରସୋନିକ୍ ଆଣ୍ଟି-ରେଡିଏସନ୍ ମିସାଇଲ୍ ଏବଂ ନେଭାଲ୍ ଆଣ୍ଟି-ସିପ୍ ମିସାଇଲ୍ (NASM-MR) ର ସଫଳତାପୂର୍ଣ୍ଣ ପ୍ରଦର୍ଶନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ DRDO ଓ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏହା ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। କଣ ଏହି BMD ସିଷ୍ଟମ୍? ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ (BMD) ହେଉଛି ଏକ ବହୁ-ସ୍ତରୀୟ ସୁରକ୍ଷା କବଚ,…

Read More