Author: NAZMEEN PARWEEN

ଦେଶର ୧୦ଟି ରାଜ୍ୟର ମୋଟ ୩୭ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବାକୁ ଯାଉଛି। ଏନେଇ ଗତ ସପ୍ତାହରେ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ରାଜ୍ୟରେ ରାଜନୀତିକ ଚଞ୍ଚଳତା ଜୋର୍ ଧରିଛି। ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ, ସୁଜିତ୍ କୁମାର, ମୁଜିବୁଲ୍ଲା ଖାନ୍ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ଏହି ଚାରିଟି ଆସନ ପାଇଁ ହେବାକୁ ଯାଉଥିବା ନିର୍ବାଚନ କେବଳ ସଂସଦୀୟ ପ୍ରକ୍ରିୟା ନୁହେଁ—ଏହା ଓଡ଼ିଶାର ବର୍ତ୍ତମାନ ରାଜନୀତିକ ଦିଗନିର୍ଦ୍ଦେଶର ଏକ ପରୀକ୍ଷାପଥ ଭାବେ ଦେଖାଯାଉଛି। ଓଡ଼ିଶା ବିଧାନସଭାର ସଂଖ୍ୟା ଗଣିତକୁ ଯଦି ଶାନ୍ତ ମସ୍ତିଷ୍କରେ ଦେଖାଯାଏ, ତେବେ ଦୁଇଟି ଆସନ ଶାସକ ଦଳ ଭାରତୀୟ ଜନତା ପାର୍ଟି ଖାତାକୁ ସହଜରେ ଯିବା ସ୍ପଷ୍ଟ ଦେଖାଯାଏ। ଗୋଟିଏ ଆସନ ବିଜୁ ଜନତା ଦଳ ପାଇଁ ସୁରକ୍ଷିତ କୁହାଯାଉଛି। କିନ୍ତୁ ସମସ୍ତ ରାଜନୀତିକ ଚାପର କେନ୍ଦ୍ରବିନ୍ଦୁ ହେଉଛି…

Read More