Author: NAZMEEN PARWEEN

ଇତିହାସ ନିଜକୁ ଦୋହରାଇଥାଏ, କିନ୍ତୁ ଏହାର ରୂପ ଓ ରଙ୍ଗ ସମୟାନୁସାରେ ବଦଳିଯାଏ। ଓଡ଼ିଶା ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କଟକ ସହର ଆଜି ପୁଣି ଏକ ବଡ଼ ଧରଣର ରାଜନୈତିକ ବିସ୍ଫୋରଣର ସାକ୍ଷୀ ହେବାକୁ ଯାଉଛି। ୨୭ ବର୍ଷ ତଳର ସେହି ଦୃଶ୍ୟ ଆଜି ପୁଣି ଲୋକଙ୍କ ଆଖି ଆଗରେ ନାଚି ଉଠୁଛି। ୧୯୯୯ ଜାନୁଆରୀ ୯ତାରିଖର କଳା ରାତିର ଘଟଣା ଏବଂ ୧୦ ତାରିଖରେ ତା’ ପରର ଗଣବିପ୍ଳବ ଯେମିତି ଆଜିର ଘଟଣାକ୍ରମ ସହ ଅତି ନିବିଡ଼ ଭାବେ ଜଡ଼ିତ। ସେତେବେଳେ ଶାସକ କଂଗ୍ରେସ ବିରୋଧରେ ଯେଉଁ ଯୁବ ନେତାମାନେ ରାଜରାସ୍ତାକୁ ଓହ୍ଲାଇଥିଲେ, ଆଜି ସେମାନଙ୍କ ଉତ୍ତରାଧିକାରୀମାନେ ନିଜେ ଗଢ଼ିଥିବା ଦଳ ‘ବିଜୁ ଜନତା ଦଳ’ର ନେତୃତ୍ୱ ବିରୋଧରେ ବିଦ୍ରୋହର ବ୍ୟାନର ଉଠାଇଛନ୍ତି। ଅତୀତର ସେହି ଅଗ୍ନିବର୍ଷା ଦିନ: ଅଞ୍ଜନା ମିଶ୍ର ମାମଲା ଓ ବିଜେଡିର ଜନ୍ମକାଳ ୧୯୯୯ ମସିହା, ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ଭୂକମ୍ପ ଆସିଥିଲା।…

Read More