Author: NAZMEEN PARWEEN

ବିମାନବନ୍ଦରର ଗୋଟିଏ ଦୃଶ୍ୟକୁ ନେଇ ଓଡ଼ିଶା ରାଜନୀତିରେ ତୀବ୍ର ଚର୍ଚ୍ଚା: ମୋହନ ମାଝୀଙ୍କ ସ୍ୱାଧୀନ ଛବି ଉପରେ ପ୍ରଶ୍ନ ଭୁବନେଶ୍ୱର ବିମାନବନ୍ଦରରେ ଘଟିଥିବା ମାତ୍ର କିଛି ସେକେଣ୍ଡର ଏକ ଦୃଶ୍ୟ ଏବେ ଓଡ଼ିଶା ରାଜନୀତିରେ ବଡ଼ ବିତର୍କର କାରଣ ସାଜିଛି। BJPର ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ଓଡ଼ିଶା ଗସ୍ତ ସମୟରେ ଘଟିଥିବା ଏହି ଘଟଣାକୁ ନେଇ ବିରୋଧୀ ଦଳରୁ ଆରମ୍ଭ କରି ରାଜନୀତିକ ବିଶ୍ଳେଷକ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ଉଠାଇଛନ୍ତି। ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ସେହି ମୁହୂର୍ତ୍ତ, ଯେତେବେଳେ ବିମାନବନ୍ଦରରେ ସ୍ୱାଗତ ପରେ ନିତିନ ନବୀନ ନିଜ ଉତ୍ତରୀୟ ଖୋଲି ସୁରକ୍ଷାକର୍ମୀ କିମ୍ବା ସହଯୋଗୀଙ୍କୁ ନଦେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତକୁ ଦେଇଥିଲେ। ଏହି ଦୃଶ୍ୟକୁ ନେଇ ସୋସିଆଲ ମିଡିଆ ଓ ରାଜନୀତିକ ମହଳରେ ଭିନ୍ନ ଭିନ୍ନ ଅର୍ଥ କାଢ଼ାଯାଉଛି। “ସାଧାରଣ ଘଟଣା” ନା “ଶକ୍ତି ପ୍ରଦର୍ଶନ”? BJP ପକ୍ଷରୁ ଏହାକୁ ସାଧାରଣ protocolର ଅଂଶ ବୋଲି…

Read More