Author: NAZMEEN PARWEEN

ଓଡ଼ିଶା ରାଜନୀତିର ସବୁଠାରୁ ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଏବେ ଏକ ଅଭାବନୀୟ ସ୍ଥିତି ଦେଇ ଗତି କରୁଛି। ୨୦୨୪ ନିର୍ବାଚନ ବିପର୍ଯ୍ୟୟ ପରେ ଦଳ ସଜାଡ଼ିବା ପରିବର୍ତ୍ତେ, ଅନ୍ତଃକନ୍ଦଳ ଓ ବିରୋଧାଭାସର ଚିତ୍ର ଏବେ ସ୍ପଷ୍ଟ ହେବାରେ ଲାଗିଛି। ରାଜ୍ୟସଭା ନିର୍ବାଚନର ଫଳାଫଳ ପରେ ଦଳରେ ଯେଉଁ ‘ସାଇଡ୍ ଇଫେକ୍ଟ’ ଦେଖିବାକୁ ମିଳିଛି, ତାହା ବିଜେଡିର ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶନିବାର ସନ୍ଧ୍ୟାରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୬ ଜଣ ବିଧାୟକଙ୍କୁ ନିଲମ୍ବନ କରାଯିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କିନ୍ତୁ ଏହି ନିଷ୍ପତ୍ତି ପଛରେ ଥିବା ନେତାମାନଙ୍କର ‘ଯୋଗ୍ୟତା’କୁ ନେଇ ଏବେ ଦଳ ଭିତରେ ଓ ବାହାରେ ଝଡ଼ ସୃଷ୍ଟି ହୋଇଛି। ବିଜେଡିର ଏହି ନିଲମ୍ବନ ପ୍ରକ୍ରିୟାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି— ଯେଉଁ ନେତାମାନେ ନିଷ୍ପତ୍ତି ନେଉଛନ୍ତି, ସେମାନେ ନିଜେ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ। ଶୃଙ୍ଖଳା…

Read More