Author: NAZMEEN PARWEEN

ଓଡ଼ିଶା ରାଜନୀତିର ସବୁଠାରୁ ହାଇ-ପ୍ରୋଫାଇଲ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଆସନ ‘ବାରବାଟୀ-କଟକ’ ନିର୍ବାଚନ ମଣ୍ଡଳୀରୁ ଏବେ ଏକ ବଡ଼ ରାଜନୈତିକ ସଂକେତ ସାମ୍ନାକୁ ଆସିଛି। ଏକ ଏଭଳି ଖବର, ଯାହା କଟକର ଚାଣକ୍ୟ କୁହାଯାଉଥିବା ନେତା ମହମ୍ମଦ ମୋକିମ୍‌ଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସହରର ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ଦେବାଶୀଷ ସାମନ୍ତରାୟଙ୍କର ଭାରତୀୟ ଜନତା ପାର୍ଟି ଅର୍ଥାତ୍ ବିଜେପି (BJP) ଆଡ଼କୁ ବଢ଼ୁଥିବା ପାଦ, ଏବେ ସିଧାସଳଖ ଭାବେ ମୋକିମ୍‌ଙ୍କ ଶିବିରରେ କମ୍ପନ ସୃଷ୍ଟି କରିଛି। ବାରବାଟୀ-କଟକ ଆସନ ସବୁବେଳେ ହାଇ-ଭୋଲଟେଜ୍ ଲଢ଼େଇ ପାଇଁ ଜଣାଶୁଣା। କିନ୍ତୁ ଗତ କିଛି ନିର୍ବାଚନର ଇତିହାସକୁ ଦେଖିଲେ, ଏହି ନିର୍ବାଚନମଣ୍ଡଳୀରେ ବିଜେପି ପାଖରେ କୌଣସି ଜୋରଦାର ବା ଦମ୍‌ଦାର ସ୍ଥାନୀୟ ଚେହେରା ନ ଥିଲେ। କିନ୍ତୁ ଏବେ ଦେବାଶୀଷ ସାମନ୍ତରାୟଙ୍କ ବିଜେପିରେ ଏଣ୍ଟ୍ରି ପରେ ତାହା ବିଜେପି ପାଇଁ କଟକରେ ଏକ ନୂଆ ସାମରିକ ବଳ ଯୋଗାଇ ଦେଇଛି।…

Read More