Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ଆଜି ଏକ ଏଭଳି ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି, ଯାହା କେବଳ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଲଢ଼େଇ ନୁହେଁ, ବରଂ ଓଡ଼ିଶାର ବହୁଚର୍ଚ୍ଚିତ ଦଳିତ ସମାଜର ସ୍ୱାଭିମାନ ଏବଂ ରାଜନୈତିକ ବୈଷମ୍ୟକୁ ପୁଣିଥରେ ପରଦା ସାମ୍ନାକୁ ଆଣିଛି। ପ୍ରଶ୍ନ ଉଠୁଛି—କାହିଁକି ଆଜି ବିଜୁ ଜନତା ଦଳ ବା ବିଜେଡି ଏବଂ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ “ଦଳିତ ବିରୋଧୀ” ବୋଲି କୁହାଯାଉଛି? କ’ଣ ରହିଛି ଏହାର ପ୍ରକୃତ କାହାଣୀ ? ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ଦଳ କ୍ରମଶଃ ଦଳିତ ବିରୋଧୀ ବୋଲି ପ୍ରମାଣିତ ହେବାରେ ଲାଗିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାର ମୂଳରେ ରହିଛି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ତଥା ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ରଙ୍କର ଏକ ବିବାଦୀୟ ସମାଜିକ ଗଣମାଧ୍ୟମ ପୋଷ୍ଟ। ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଦାୟିତ୍ୱ ଗ୍ରହଣ କରିବା ପରେ ଯେଉଁ ବୟାନ…

Read More