Author: NAZMEEN PARWEEN

ଓଡ଼ିଶୀ ନୃତ୍ୟକୁ ନେଇ ପାକିସ୍ତାନୀ କଳାକାର ସୀମା କିରମାନୀଙ୍କ ବୟାନକୁ ଘିରି ବିବାଦ; ଓଡ଼ିଶୀର ଉତ୍ସ ଓ ସାଂସ୍କୃତିକ ପରିଚୟ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ତୀବ୍ର ଭାରତର ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ‘ଓଡ଼ିଶୀ’କୁ ନେଇ ପାକିସ୍ତାନୀ କଳାକାର ସୀମା କିରମାନୀଙ୍କ ଏକ ବୟାନ ପରେ ନୂଆ ବିବାଦ ସୃଷ୍ଟି ହୋଇଛି। ସୋସିଆଲ୍ ମିଡିଆ ଓ ବିଭିନ୍ନ ସାଂସ୍କୃତିକ ମଞ୍ଚରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ଓଡ଼ିଶୀ ଗବେଷକ, କଳାକାର ଏବଂ ସଂସ୍କୃତିପ୍ରେମୀ ସୀମା କିରମାନୀଙ୍କ ମତକୁ ନେଇ ଆପତ୍ତି ଉଠାଇଛନ୍ତି। ପାକିସ୍ତାନର କ୍ଲାସିକାଲ୍ ଡାନ୍ସର ଏବଂ ସାମାଜିକ କର୍ମୀ ସୀମା କିରମାନୀ ନିକଟରେ ଏକ ଆଲୋଚନାରେ କହିଥିଲେ ଯେ, ସେ ଯେଉଁ ନୃତ୍ୟ ପରମ୍ପରା ଅନୁସରଣ କରୁଛନ୍ତି, ତାହାର ଐତିହାସିକ ସମ୍ପର୍କ ସିନ୍ଧୁ ସଭ୍ୟତା ସହ ରହିଛି। ଏହି ବୟାନ ପରେ ଭାରତରେ, ବିଶେଷକରି ଓଡ଼ିଶାରେ, ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ICCR ସ୍କଲାରସିପ୍…

Read More