Author: NAZMEEN PARWEEN

ଓଡ଼ିଶା ରାଜନୀତିର ପାଣିପାଗ ଏବେ ପୁରା ଗରମ ହେଇକି ଅଛି । ସାଧାରଣ ନିର୍ବାଚନ ପରେ ଏବେ ସମସ୍ତଙ୍କ ନଜର ରାଜ୍ୟର ୪ଟି ରାଜ୍ୟସଭା ଆସନ ଉପରେ। ପ୍ରଥମେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଯେଉଁ ସମୀକରଣ ଅତି ସରଳ ଲାଗୁଥିଲା , ତାହା ଏବେ ରୋଚକ ମୋଡ଼ ନେବାରେ ଲାଗିଛି। ବିଶେଷ କରି ଚତୁର୍ଥ ଆସନ ପାଇଁ ଯେଉଁଭଳି ଭାବେ ରଣନୀତି ପ୍ରସ୍ତୁତ ହେଉଛି, ତାହା ଗଣତାନ୍ତ୍ରିକ ମୂଲ୍ୟବୋଧ ଅପେକ୍ଷା ‘ସଂଖ୍ୟା ଓ ଅର୍ଥ’ର ଲଢ଼େଇ ପରି ମନେହେଉଛି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ପ୍ରଭାବଶାଳୀ ଶିଳ୍ପପତି ଦିଲୀପ ରାୟ ଏବଂ ବିରୋଧୀ ବିଜେଡି-କଂଗ୍ରେସ-ସିପିଆଇ(ଏମ୍) ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ଏବେ ଏକ ଅଘୋଷିତ ‘ସମ୍ମାନର ଲଢ଼େଇ’ ଆରମ୍ଭ ହୋଇଛି। ରାଜ୍ୟସଭା ନିର୍ବାଚନର ଗଣିତ ଅନୁସାରେ, ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଧାୟକଙ୍କ ପ୍ରଥମ ପସନ୍ଦର ଭୋଟ୍ ଆବଶ୍ୟକ। ବିଜେପି ପାଖରେ ନିଜର…

Read More