Author: NAZMEEN PARWEEN

ନବୀନଙ୍କ ନିଦ ହଜାଇଲେଣି ନିଜ ବିଧାୟକ  କାହା ଉପରେ ରହିଛି ସଭାପତିଙ୍କ ସନ୍ଦେହ? ରାଜ୍ୟ ରାଜନୀତିର ପାଣିପାଗ ଏବେ ବେଶ୍ ଉଷ୍ମ। ସାଧାରଣତଃ ନିର୍ବାଚନ ପରେ ପରାଜିତ ଦଳଗୁଡ଼ିକ ଶାନ୍ତ ରହି ଆତ୍ମସମୀକ୍ଷା କରନ୍ତି, କିନ୍ତୁ ବିଜୁ ଜନତା ଦଳ (ବିଜେଡି) କ୍ଷେତ୍ରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିସାରିଛି। କିନ୍ତୁ ଏହି ନିର୍ବାଚନ ଶାସକ ବିଜେପି ଓ ଅନ୍ୟତମ ବିରୋଧୀ ଯିଏକି ବିଜେଡି ପିଠିରେ ଲାଉ ହେବାକୁ ଚେଷ୍ଠା କରୁଛି ସେହି କଂଗ୍ରେସ ଅପେକ୍ଷା ବିଜେଡି ପାଇଁ ଅଧିକ ସଙ୍କଟଜନକ ହୋଇପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ନବୀନ ପଟ୍ଟନାୟକଙ୍କର ନିଦ ହଜାଇ ଦେଲେଣି ନିଜ ଦଳର ବିଧାୟକ। ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ସ୍ୱାମୀ ତଥା ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ବିଜେଡିରୁ ଇସ୍ତଫା ଦେଇ ସାରିଲେଣି। ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ…

Read More