Author: NAZMEEN PARWEEN

ଗତ କିଛି ଦିନ ହେବ ସୋସିଆଲ ମିଡିଆରୁ ଆରମ୍ଭ କରି ଟିଭି ଚ୍ୟାନେଲ ପର୍ଯ୍ୟନ୍ତ ଗୋଟିଏ କଥାକୁ ନେଇ ଭାରି ହଟଚମଟ ଚାଲିଛି। କୁହାଯାଉଛି କି ରାହୁଲ ଗାନ୍ଧୀ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି! ରାହୁଲ ଗାନ୍ଧୀ ଏବେ ସାରା କଂଗ୍ରେସ ପାର୍ଟିର ବୋଝ ନିଜ କାନ୍ଧକୁ ନେଇଯାଇଛନ୍ତି। ସେ କୁଆଡ଼େ ଦଳର ସବୁ ବଡ଼ ନେତାଙ୍କ ଭବିଷ୍ୟତ ଲେଖୁଛନ୍ତି, କଂଗ୍ରେସକୁ ଉପରୁ ତଳ ଯାଏଁ ସଂସ୍କାର କରୁଛନ୍ତି, ଏବଂ ୨୦୨୯ ଲୋକସଭା ନିର୍ବାଚନ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି। ଏପରିକି ରାଜନୈତିକ ପଣ୍ଡିତମାନେ ଦାବି କରୁଛନ୍ତି ଯେ, କେରଳରେ ବି. ଡି. ସତୀଶନଙ୍କୁ ମୁଖ୍ୟମନ୍ତ୍ରୀ କରିବା ହେଉ କିମ୍ବା କର୍ଣ୍ଣାଟକରେ ସିଦ୍ଧରମୈୟାଙ୍କୁ ହଟାଇ ଡି. କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେୟାରରେ ବସାଇବା— ଏସବୁ କୁଆଡ଼େ ରାହୁଲ ଗାନ୍ଧୀଙ୍କ ଇସାରାରେ ହିଁ ହୋଇଛି! ଏବେ ପରିସ୍ଥିତି ଏମିତି ହେଲାଣି ଯେ, ଯଦି କଂଗ୍ରେସର ମୁଖ୍ୟାଳୟ ଇନ୍ଦିରା ଭବନରେ ଗୋଟିଏ କଫି ମେସିନ୍…

Read More