Author: NAZMEEN PARWEEN

ରାଜନୀତିରେ ଆରୋପ-ପ୍ରତ୍ୟାରୋପ କୌଣସି ନୂଆ କଥା ନୁହେଁ। କିନ୍ତୁ ଯେତେବେଳେ ଏହି ରାଜନୈତିକ ଲଢ଼େଇ ଭିତରକୁ ନେତାମାନଙ୍କ ପରିବାର, ବିଶେଷ କରି ସେମାନଙ୍କ ପତ୍ନୀମାନଙ୍କୁ ଟଣାଯାଏ, ସେତେବେଳେ ମାମଲା କେବଳ ସରଗରମ ହୁଏନି, ବରଂ ଅନେକ ସମୟରେ ଆଇନଗତ ଅଡ଼ୁଆ ମଧ୍ୟ ସୃଷ୍ଟି କରେ। ଆଜି ଆମେ ଦୁଇଟି ବଡ଼ ଘଟଣାକୁ ନେଇ ବିଶ୍ଳେଷଣ କରିବା। ଗୋଟିଏ ଆସାମର, ଯାହାର ପ୍ରଭାବ ଏବେ ସାରାଦେଶ ଦେଖୁଛି ଏବଂ ଅନ୍ୟଟି ଆମ ଓଡ଼ିଶାର, ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ଉତ୍ତପ୍ତ। କଥାଟା ହେଉଛି— ରାଜନୈତିକ ଫାଇଦା ପାଇଁ ବିନା ପ୍ରମାଣରେ ବଡ଼ ନେତାଙ୍କ ପତ୍ନୀଙ୍କ ନାଁରେ ଅଭିଯୋଗ ଆଣିବା କେତେ ମହଙ୍ଗା ପଡ଼ିପାରେ, ତାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି କଂଗ୍ରେସର ବଡ଼ ନେତା ପବନ ଖେଡ଼ା। ଆଉ ଠିକ୍ ସେହି ଢଙ୍ଗରେ ଓଡ଼ିଶାରେ ବିଜେଡି ନେତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଆସନ୍ତୁ ପ୍ରଥମେ ନଜର…

Read More