Author: NAZMEEN PARWEEN

ଦେଶରେ ଗତ କିଛି ଦିନ ହେବ ରାଜନୈତିକ ତାତି ପୂର୍ବପରି ଜାରି ରହିଛି। ଏହାରି ଭିତରେ ‘One Nation, One Election’ ସମ୍ପର୍କିତ ଜଏଣ୍ଟ୍ ପାର୍ଲାମେଣ୍ଟାରୀ କମିଟି (JPC) ର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ସାଂସଦ ପି.ପି. ଚୌଧୁରୀ ଏକ ବଡ଼ ଦାବି କରିଛନ୍ତି। ତାଙ୍କ କହିବା କଥା ହେଲା ଯଦି ୨୦୨୯ ମସିହାରେ ଦେଶରେ ଏକାଠି ନିର୍ବାଚନ ହୁଏ, ତେବେ ଭାରତୀୟ ଅର୍ଥନୀତିର ପ୍ରାୟ ୭ ଲକ୍ଷ କୋଟି ଟଙ୍କା ବଞ୍ଚିପାରିବ। ତେବେ ପ୍ରଶ୍ନ ଉଠୁଛି— ଏହି ୭ ଲକ୍ଷ କୋଟି ଟଙ୍କାର ଗଣନା କିପରି ହେଲା? ୨୦୨୯ରେ ଏହା ବାସ୍ତବରେ କାର୍ଯ୍ୟକାରୀ ହୋଇପାରିବ କି? ଏବଂ ଏହାକୁ ନେଇ ଦେଶରେ କାହିଁକି ଏତେ ବିବାଦ ଓ ଚର୍ଚ୍ଚା ଚାଲିଛି?  ଜଏଣ୍ଟ୍ ପାର୍ଲାମେଣ୍ଟାରୀ କମିଟିର ଅଧ୍ୟକ୍ଷ ପି.ପି. ଚୌଧୁରୀ ଦେଶର ବିଭିନ୍ନ ରାଜ୍ୟରେ ବୁଲି ବୁଲି ନାଗରିକ ସମାଜ, ସାମ୍ବାଦିକ, ପଦ୍ମ ପୁରସ୍କାର ବିଜେତା ଏବଂ ବିଭିନ୍ନ ଷ୍ଟେକ୍‌ହୋଲ୍ଡରମାନଙ୍କ…

Read More