Author: NAZMEEN PARWEEN

ଓଡ଼ିଶା ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଏବେ ସବୁଠାରୁ ବଡ଼ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ। ନିର୍ବାଚନ ପୂର୍ବରୁ ବିଜେଡି ଶିବିରରେ ଅନେକ ବିଦ୍ରୋହୀ ସ୍ୱର ଶୁଭୁଥିବା ବେଳେ ସୌଭିକଙ୍କ ‘ମଉନବ୍ରତ’ ଏବେ ଶାସକ ଦଳ ପାଇଁ ଏକ ବଡ଼ ରହସ୍ୟ ହୋଇ ଛିଡ଼ା ହୋଇଛି। ବାପା ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ସୌଭିକଙ୍କ ଆଭିମୁଖ୍ୟ କ’ଣ ରହିବ, ସେ ନେଇ ସାରା ରାଜ୍ୟର ନଜର ରହିଥିଲା। ପ୍ରଭାତଙ୍କ ବିଦ୍ରୋହ ଓ ନବୀନଙ୍କ କାର୍ଯ୍ୟାନୁଷ୍ଠାନ ଘଟଣାର ପୃଷ୍ଠଭୂମି ଦେଖିଲେ ଜଣାପଡ଼େ ଯେ, କିଛି ଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଥିଲେ। ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ପ୍ରଭାତ ସନ୍ତୁଷ୍ଟ ନଥିଲେ ଏବଂ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ତୀବ୍ର…

Read More