Author: NAZMEEN PARWEEN

ବିଶ୍ୱ ରାଜନୀତିର ଆକାଶରେ ପୁଣି ଥରେ ଯୁଦ୍ଧର କଳାବାଦଲ। ପଶ୍ଚିମ ଏସିଆରେ ଲାଗିରହିଥିବା ସଂଘର୍ଷ କେବଳ ସେହି ଅଞ୍ଚଳରେ ସୀମିତ ନାହିଁ, ବରଂ ଏହାର ପ୍ରଭାବ ସାରା ବିଶ୍ୱର ଅର୍ଥନୀତି ଓ ଶକ୍ତି ସୁରକ୍ଷା ଉପରେ ପଡ଼ିବାକୁ ଆରମ୍ଭ କଲାଣି। ସମ୍ପ୍ରତି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ପରେ ଦେଶବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି – ଭାରତ କ’ଣ ପୁଣି ଏକ ଲକଡାଉନ୍ ଆଡ଼କୁ ଗତି କରୁଛି? ପ୍ରଧାନମନ୍ତ୍ରୀଙ୍କ ସତର୍କବାଣୀ ଓ ଜନମାନସରେ ଆଶଙ୍କା ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ଯୁଦ୍ଧକୁ ଏକ “ପ୍ରମୁଖ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ” ଭାବରେ ବର୍ଣ୍ଣନା କରି ନାଗରିକମାନଙ୍କୁ କୋଭିଡ-୧୯ ମହାମାରୀ ଭଳି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି। ଏହି ବିବୃତ୍ତି ପରେ ଇଣ୍ଟରନେଟରେ “Lockdown in India” ଶବ୍ଦଟି ଟ୍ରେଣ୍ଡ୍ କରିବାରେ ଲାଗିଛି। ତେବେ ଏଠାରେ ବୁଝିବାକୁ ହେବ ଯେ, ପ୍ରଧାନମନ୍ତ୍ରୀଙ୍କ ସୂଚନା ଏକ ସ୍ୱାସ୍ଥ୍ୟଗତ ଲକଡାଉନ୍…

Read More