Author: NAZMEEN PARWEEN

ଗତ କିଛିଦିନ ହେବ ବିଜୁ ଜନତା ଦଳର ନେତାମାନେ ହଠାତ୍ ୩୦ ବର୍ଷ ତଳର ଇତିହାସ ଖୋଳିବାରେ ଲାଗିଛନ୍ତି। ନବୀନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କଲେ, କିନ୍ତୁ ସେଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନ ଦେଇ, ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ବା ବିବୃତ୍ତି ଜାରି କରାଗଲା। ବିଜେଡିର ଗଣମାଧ୍ୟମ ସଂଯୋଜକ ଡକ୍ଟର ପ୍ରିୟବ୍ରତ ମାଝୀ ଏବଂ ଅନ୍ୟାନ୍ୟ ନେତାମାନେ ହଠାତ୍ ୧୯୯୫-୯୬ ମସିହାର କଥା ଉଠାଇଲେ। ସେମାନେ କ’ଣ କହୁଛନ୍ତି? ସେମାନେ କହୁଛନ୍ତି ଯେ ୧୯୯୫ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନ କରିବା ପାଇଁ ଏକ ଚକ୍ରାନ୍ତ ହୋଇଥିଲା ଏବଂ ସେହି ଚକ୍ରାନ୍ତ ପଛରେ ବିଜୟ ମହାପାତ୍ର ଏବଂ ପ୍ରଭାତ ତ୍ରିପାଠୀଙ୍କ ଭଳି ନେତାମାନଙ୍କର ହାତ ଥିଲା। ଏହା ଶୁଣିବା ପରେ ଓଡ଼ିଶାର ରାଜନୈତିକ ସମୀକ୍ଷକମାନେ ତାଜୁବ୍ ହୋଇଯାଇଛନ୍ତି। ୧୯୯୫-୯୬ରେ ଯେତେବେଳେ ୟୁନାଇଟେଡ୍ ଫ୍ରଣ୍ଟ୍ (United Front) ସରକାର ଗଢ଼ା ହେଉଥିଲା,…

Read More